ମଧୁସାଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୭/୦୧/୨୦୨୬(ଓଡ଼ିଶା ସମାଚାର)-ଭାଗବତପୁର ଗ୍ରାମପଂଚୟତ ଅନ୍ତର୍ଗତ ବାଲିଆସ୍ଥିତ ବୀଣାପାଣି ସଂଗୀତ ସଦନ ପରିସରରେ ମଧୁସାଗର ମହୋତ୍ସବ କମିଟି ସମ୍ପାଦକ ମଦନମୋହନ ବେହେରାଙ୍କ ଆବାହକତ୍ୱ ଏବଂ ସଭାପତି ଡାକ୍ତର ବିଶ୍ୱପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ୨୦୨୬ ମଧୁସାଗର ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ମାର୍ଚ୍ଚମାସ ୯,୧୦ ଓ ୧୧ତାରିଖ ୩ଦିନ ଧରି ମଧୁସାଗର ମହୋତ୍ସବ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ପରବର୍ତୀ ସମୟରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ନେଇ ମହୋତ୍ସବର ରୂପରେଖ ସ୍ଥିର ପାଇଁ ପୁନର୍ବାର ବୈଠକ କରାଯିବାକୁ ସ୍ଥିର କରାଗଲା । କମିଟି ଉପସଭାପତି ଭାବେ ଶରତ କୁମାର ସ୍ୱାଇଁ ଓ ଡ. ମୁରଲୀଧର ରଥଙ୍କୁ ଗ୍ରହଣ କରାଗଲା ।

ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସାହୁ, କୋଷାଧ୍ୟକ୍ଷ ନାରାୟଣ ସ୍ୱାଇଁ, ନାଟ୍ୟଗୁରୁ ଶରତ ଚନ୍ଦ୍ର ପଣ୍ଡା, ପ୍ରାଣକୃଷ୍ଣ ସାମଲ, ବିଜୟ କୁମାର ମିଶ୍ର, ସଦସ୍ୟ କିଶୋର ଚନ୍ଦ୍ର ମଲ୍ଲିକ, ଶରତ କୁମାର ସ୍ୱାଇଁ, ଜୀତେନ୍ଦ୍ର କୁମାର ମହାନ୍ତି, ନଗେନ୍ଦ୍ର ରାଉତ, ଜିତେନ୍ଦ୍ର ପ୍ରସାଦ ପାଗଳ, ଅକ୍ଷୟ କୁମାର ରାଉଳ, ବସନ୍ତ କୁମାର ଜେନା, ରତାଦିଆଖଣ୍ଡସାହି ସରପଂଚ ଶିଶିର କୁମାର ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *