ଜାନୁଆରୀ ୩୧ରେ ପଂଚମ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୬

ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର)- ଆସନ୍ତା ଜାନୁଆରୀ ୩୧ ତାରିଖରେ ପଂଚମ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୬ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏ ନେଇ ସ୍ଥାନୀୟ ତୁଷାର ଜିମ୍ସ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ ସୂଚନା ଦେଇଛନ୍ତି ।

ଶ୍ରୀ ବାରିକ କହିଥିଲେ ଯେ, ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଈ ୱାର୍କରସ କ୍ଲବର ବାର୍ଷିକ ଉତ୍ସବରେ ପ୍ରତିବର୍ଷ ପରି ଚଳିତବର୍ଷ ୫୦ରୁ ଉଦ୍ଧ୍ୱର୍ ଯାତ୍ରା କଳାକାର ଓ ପ୍ରଯୋଜକମାନଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ସଭାପତି ଜିତେନ୍ଦ୍ର କୁମାର ଜେନା, ସୁନାରାମ ସିଂହ, ସଂଗ୍ରାମ ଜେନା, ପ୍ରଶାନ୍ତ ମହାନ୍ତି, ପ୍ରଭାତୀ ବାରିକ, ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *