ଯାଜପୁର, ୨୮/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) : ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶଙ୍କାରିଗଡା ଶାଖା ର ପଞ୍ଚମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବରୀ ଶିକ୍ଷା ମଣ୍ଡଳ ଅଧିକାରୀ ଭିକାରୀ ଚରଣ କବି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ , ଅବସରପ୍ରାପ୍ତ ସେନା କର୍ମଚାରୀ ମଦନ ମୋହନ ପତି ମୁଖ୍ୟ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶ ମୁଖ୍ୟବକ୍ତା ଭାବେ , ଡାକ୍ତର ବିଶ୍ଵନାଥ ତ୍ରିପାଠୀ , ମନୋଜ କୁମାର ସାହୁ , ସୁରେନ୍ଦ୍ର ସାହୁ , ଏବିଓ ଜଳଧର ଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ ।
ବିଦ୍ୟାଳୟ ପ୍ରତିଷ୍ଠାତା ହରେକୃଷ୍ଣ ବେହେରା , ମୁଖ୍ୟ ଉପଦେଷ୍ଠା ଅଜୟ କୁମାର ସାହୁ ଓ ଜଗନ୍ନାଥ ବାରିକ ମଞ୍ଚାସୀନ ରହି ନିଜ ନିଜର ମତ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଂକ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅତିଥି , ଅଭିଭାବକ , ଶିକ୍ଷକ, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଉପସ୍ଥିତ ରହି ବେଶ ମଜା ନେଇଥିଲେ । ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଅଞ୍ଚଳ ର କୃତିତ୍ୱ ପ୍ରତିଭା ,ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଏହି ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ଉପହାର ଭାବେ ଆମ୍ବ ଚାରା ପ୍ରଦାନ କରି , ବୃକ୍ଷରୋପଣ ନିମନ୍ତେ ନିବେଦନ କରିଥିଲେ । ଅତିଥି ସ୍ଵାଗତ ଜଗନ୍ନାଥ ବାରିକ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ହରେକୃଷ୍ଣ ବେହେରା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ଉପଦେଷ୍ଟା ସତ୍ୟରଞ୍ଜନ କର ଓ ଅଜୟ କୁମାର ସାହୁ ପରିଚାଳନା କରିଥିଲେ ।