ଅଖିଳେଶ ଯାଦବ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

 

ଭୁବନେଶ୍ୱର,୧୬/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ତରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭେଟିଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ ଆଜି ଅପରାହ୍ନରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଖିଳେଶ ଯାଦବ ଆସନ୍ତାକାଲି ଭୁବନେଶ୍ୱରର ଏକ ଘରୋଇ ହୋଟେଲ କାର୍ଯ୍ୟକ୍ରମରେ ଯୋଗଦେବେ ଅଖିଳେଶ ।

Leave a Reply

Your email address will not be published. Required fields are marked *