କଟକ ସଦର ବ୍ଲକ ବିଜେଡ଼ି ସଭାପତି ହେଲେ ବିଭୁତି ଭୁଷଣ ମହାନ୍ତି, ଅଭିନନ୍ଦନ ର ସୁଅ

କଟକ ସଦର,୧୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ସୁପାରିଶ କ୍ରମେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କଟକ ଜିଲ୍ଲା ର ୧୪ ଜଣ ବ୍ଲକ ସଭାପତି ଙ୍କୁ ନିଯୁକ୍ତି କରିଥିବା ଜଣାପଡିଛି। ଏଥିରେ କଟକ ସଦର ବ୍ଲକ ପାଇଁ ପୂର୍ବତନ ଯୁଵ ଜନତା ଦଳ ସଭାପତି ତଥା ବରିଷ୍ଠ ସଂଗଠକ ଅବସରପ୍ରାପ୍ତ ଶିକ୍ଷକ ବିଭୁତି ଭୁଷଣ ମହାନ୍ତି ଙ୍କୁ ନିଯୁକ୍ତି ମିଳିଥିବା ରୁ ତାଙ୍କ ପାଖକୁ ଅଭିନନ୍ଦନ ର ସୁଅ ଛୁଟିଛି।

ବିଭୁତି ଭୁଷଣ ମହାନ୍ତି

ସୂଚନାଯୋଗ୍ୟ ଯେ ବିଭୁତି ସାର ହେଉଛନ୍ତି ୪ ନମ୍ବର ଉରାଳି ଜିଲ୍ଲା ପରିଷଦ ଜୋନ୍ ର ବିଜେଡ଼ି ନେତା। ସେହିପରି ବଡମ୍ବା ବ୍ଲକ ପାଇଁ ରବିନ୍ଦ୍ର ସାହୁ, ନରସିଂହପୁର ନାରାୟଣ ନାୟକ,ବାଙ୍କୀ ଅନନ୍ତ ଦାସ,ବାରଙ୍ଗ ଗଗନ ଜେନା, ଡମପଡା ଆର୍ତ୍ତତ୍ରାଣ ସ୍ୱାଇଁ, ଆଠଗଡ଼ ରବିନ୍ଦ୍ର ରାଉତ, ଟାଙ୍ଗି-ଚୌଦ୍ୱାର ଧିରେନ୍ଦ୍ର ଜେଠୀ, କଟକ ସଦର ବିଭୁତି ଭୁଷଣ ମହାନ୍ତି, ସାଲେପୁର ଅନନ୍ତ ପ୍ରଧାନ, ମାହାଙ୍ଗା ରାଜକିଶୋର ଜେନା, ନିଶ୍ଚିନ୍ତକୋଇଲି ଜ୍ୟୋତିପ୍ରକାଶ ସ୍ୱାଇଁ, ନିଆଳି ଅତୁଲ୍ୟ ଜେନା, କଣ୍ଟାପଡ଼ା କୈଳାସ ମହାରଣା, ଆଠଗଡ଼ ଶିଶିର ପ୍ରସାଦ ମାନସିଂହ ଙ୍କୁ ନିଯୁକ୍ତି ମିଳିଛି। ଦ୍ୱିତୀୟ ପର୍ୟ୍ୟାୟରେ ଜିଲ୍ଲା କର୍ମକର୍ତ୍ତା ଓ ସଂଗଠନ ର ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ କହିଛନ୍ତି।

Leave a Reply

Your email address will not be published. Required fields are marked *