କେନ୍ଦ୍ରାପଡ଼ା,୧୬/୦୧/୨୦୨୬(ଓଡ଼ିଶା ସମାଚାର)-ଦେଶରେ ନଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେବା ପାଇଁ ଭିଭିଜି ରାମଜି ଆଇନ ପ୍ରଣୟନ କରାଯାଇଛି । ଏହା ଶହେ ଦିନ ପରିବର୍ତେ ୧୨୫ଦିନ କାମ ଯୋଗାଇବ । ସଠିକ ସମୟରେ କାମ ଯୋଗାଇ ନପାରିଲେ ସରକାର ବେକାରୀ ଭତା ପ୍ରଦାନ କରିବେ ବୋଲି ଜିଲା ବିଜେପି ପକ୍ଷରୁ ଗରାପୁରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ପ୍ରକାଶ କରିଛନ୍ତି । ଭିଭିଜି ରାମଜୀ ଆଇନ ଗ୍ରାମୀଣ ବିକାଶକୁ ଖଣ୍ଡିତ ଯୋଜନାରୁ ଏକ ସମନ୍ୱିତ ଯୋଜନା ଆଡକୁ ଆଣିବ ।
ଯାହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡିକ ଏକକାଳୀନ କାର୍ଯ୍ୟକାରୀ ହେବ । ବିକଶିତ ଗ୍ରାମର ରୂପରେଖ ପ୍ରସ୍ତୁତ କରାଯିବ । ଏହାକୁ ଗ୍ରାମପଂଚାୟତ ଅନୁମୋଦିତ କରିବ । ସମସ୍ତଙ୍କ ପାଇଁ ଶତ ପ୍ରତିଶତ ଲାଭ ମିଳିବ । ଯୋଜନା ଗୁଡିକର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା କରିବା ପାଇଁ ଏକ ରାଷ୍ଟ୍ରୀୟ ଡିଜିଟାଲ ପ୍ଲାଟଫର୍ମ ତଦାରଖ କରିବ ବୋଲି ନେତାମାନେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ଶଶାଙ୍କଶେଖର ସେଠୀ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ଉପସଭାପତି ଉପୀନ ରାଉତ, ଗଗନବିହାରୀ ସାହୁ, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
