ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ବିଜେଡ଼ି ର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସ  ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ  ନବୀନ ପଟନାୟକ ଙ୍କ ଦୃଢ଼ ନିନ୍ଦା

ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ  ନବୀନ ପଟନାୟକ

ଭୁବନେଶ୍ୱର,୧୬/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ  ସୌମ୍ୟଶ୍ରୀ ବିଶି ଙ୍କ  ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର  ପି ଏମ ଜି ଠାରେ ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦାବି ରେ ପ୍ରତିବାଦ କରୁଥିବା ବେଳେ  ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କଡା ଭାଷା ରେ ନିନ୍ଦା କରିଛନ୍ତି ।

 ଶାନ୍ତିପୂର୍ଣ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସ ର ଏଭଳି ଅତ୍ୟାଚାର କୁ ଶ୍ରୀ ପଟନାୟକ  ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣା ରେ ବହୁ ବିଜେଡ଼ି କର୍ମୀ ଓ ସାଧାରଣ ଲୋକ  ପୋଲିସ. ଆକ୍ରମଣ ରେ ଆହତ ହେବା ଖବର ରେ ଶ୍ରୀ ପଟନାୟକ ଉଦବେଗ  ପ୍ରକାଶ କରିଛନ୍ତି ।

ପୋଲିସ ଆକ୍ରମଣ ରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ଓ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ସହ ଶ୍ରୀ ପଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝି ଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *