ବିଜୁ ଜନତଦଳ ର ୨୯ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ

ନୟାଗଡ଼ ୨୬/୧୨/୨୦୨୫ (ଓଡ଼ିଶା ସମାଚାର)- ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ରେ ୧୦୦୦ରୁ ଉର୍ଦ୍ଧ କର୍ମୀ ବିଜୁ ଜନତା ଦଳର ପାଟି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଦଳର ସମସ୍ତ ନେତୃବୃନ୍ଦ ବି. ଜେ. ଡି ର ଆଗାମୀ କାର୍ଯ୍ୟପନ୍ଥା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ।

ସେଠାରେ ଡ଼ ଅରୁଣ କୁମାର ସାହୁ କର୍ମୀ ଓ ନେତା ମାନଙ୍କୁ କହିଥିଲେ ଆମେ ବର୍ତ୍ତମାନ ବିରୋଧୀ ଦଳର ରହି କିପରି ଜନସାଧାରଣ ପାଖରେ ରହି ଲୋକଙ୍କ ପାଇଁ କାମକରିବା ସେ ବିଷୟରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ବର୍ତ୍ତମାନ ଗାଁ ଗାଁ ରେ ବିଜୁ ଜନତା ଦଳର କର୍ମୀ ଓ ଶୁଭେଚ୍ଛୁ ମାନେ ଆମ ସାଥିରେ ଅଛନ୍ତି ଆମେ ଲୋକଙ୍କ ସାଥିରେ ଆହୁରି ଅଧିକା ମିଶିବା ସହିତ ସେମାନଙ୍କ ଅସୁବିଧା ବେଳେ ସେମାନଙ୍କ ପାଖରେ ଛିଡ଼ାହେବା ଦରକାର। ସେ କହିଥିଲେ ଦଳ ଆଗକୁ ନୟାଗଡ଼ ରେ ଆହୁରି ଶକ୍ତିଶାଳୀ ହୋଇ ଆସନ୍ତା ମ୍ୟୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନ ରେ ବାଜିମାତ କରିବ।

Leave a Reply

Your email address will not be published. Required fields are marked *