ପ୍ରହରାଜପୁରରେ ଥିବା ରନ୍ଧନ ଗ୍ୟାସ ସଂସ୍ଥା ନିଲମ୍ବିତ

ଖାଉଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

କଟକ ସଦର,୦୪/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗ୍ରାମାଞ୍ଚଳ ଲୋକମାନଙ୍କ ରନ୍ଧନ ଗ୍ୟାସ ଯୋଗାଣ ପାଇଁ କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ଠାରେ ଏକ ଯାଜ୍ଞସିନୀ ଇଣ୍ଡେନ ଗ୍ରାମୀଣ ଵିତରକ ସଂସ୍ଥା ଖୋଲାଯାଇଥିଲା। ଏହି ସଂସ୍ଥାରେ ତିନି ହଜାର ରୁ ଉର୍ଦ୍ଧ୍ବ ଗ୍ରାହକ ଥିବାବେଳେ ଏହାର ଏଜେନ୍ସୀ ଥିବା ସୁଲେଖ ଚନ୍ଦ୍ର ସାହୁ ସବୁ ସମୟରେ ଅନିୟମିତତା କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଯାହା ଫଳରେ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଭିଯୋଗକୁ ଭିତ୍ତି କରି ଇଣ୍ଡିଆନ୍ ଅଏଲ୍ ଓ ଗ୍ୟାସ କମ୍ପାନୀ ଉକ୍ତ ଯାଜ୍ଞସିନୀ ଵିତରକ ସଂସ୍ଥାକୁ ନିଲମ୍ବିତ କରିଥିବା ଜଣାପଡିଛି। ଏଥିପାଇଁ ଗ୍ରାହକମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଏହାର ନିରାକରଣ ପାଇଁ  ଖୁବ୍ ଶୀଘ୍ର ନିକଟସ୍ଥ ଏକ ବିତରଣ ସଂସ୍ଥାକୁ ଗ୍ୟାସ ଯୋଗାଣ ପାଇଁ ଅନୁମତି ଦିଆଯିବ ବୋଲି ଇଣ୍ଡେନ କମ୍ପାନୀକୁ ସୁପାରିଶ କରାଯାଇଛି ବୋଲି କଟକ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *