ଜୁନାଗଡ ଏନ୍ ଏ ସି ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଜୁନାଗଡ଼, ୧୭ /୭/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ ଏନ୍ଏସି ଅଧ୍ୟକ୍ଷ ମୁକେଶ୍ ଅଗ୍ରୱାଲ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେଡି ର ଉପାଧ୍ୟକ୍ଷା ଙ୍କ ସହ ୯ଜଣ ପାରିଷଦ । ସୂଚନା ମତେ ଜୁନାଗଡ ଏନ୍ ଏ ସି ଅଧ୍ୟକ୍ଷ ମୁକେଶ୍ ଅଗ୍ରୱାଲ ଙ୍କ ଜନ ହିତକର କାର୍ୟ୍ୟ କଳାପ ରେ ଅସନ୍ତୁଷ୍ଟ ରହିଥିଲେ ବିଜେଡି ର ୧୦ ଜଣ ପାରିଷଦ । ଏଥିନେଇ ଏକ କାଉନସିଲ ବୈଠକ କରାଯାଇ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ କରାଯାଇଥିଲା । ଅନାସ୍ଥା ପ୍ରସ୍ତାବ କରିଥିବା ବିଜେଡି ର ୯ ଜଣ ପାରିଷଦ ଉପାଧ୍ୟକ୍ଷା ହିଁମାଦ୍ରୀ ନାଏକ ଙ୍କ ନେତୃତ୍ଵରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡି ଙ୍କୁ ଭେଟି ରିଜଲୁ୍ୟସନ ଚିଠା ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବ ନେଇ ଜିଲ୍ଲାପାଳ ଙ୍କୁ ଆବଶ୍ୟକୀୟ ପଦକ୍ଷେପ ଏବଂ ପୌର ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଥିବା ଜଣାଯାଇଛି । ଏହି ପ୍ରସ୍ତାବ ଆଗତ ନେଇ ପାରିଷଦ ଗୋପାଳ ଚନ୍ଦନ, ସଚିନ ଅକ୍ଷନ୍ଦାନୀ, କାହ୍ନୁ ବୈଠାରୁ, ପୁଷ୍ପାଞ୍ଜଳି ଦଣ୍ଡସେନା, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମୀନତି ମାଝୀ, ଚକ୍ର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅନାସ୍ଥା ପ୍ରସ୍ତାବ ନେଇ ଏନ୍ଏସି ଅଧ୍ୟକ୍ଷ ମୁକେଶ୍ ଅଗ୍ରୱାଲ ଙ୍କ ପ୍ରତିକ୍ରିୟା ନେବାରୁ ମତେ ଜନତା ଜନାର୍ଦନ ଅଧ୍ୟକ୍ଷ ଭାବେ ବିପୁଳ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ହେଲେ ବିଜେଡ଼ି ର ପାରିଷଦ ମାନେ ଜୁନାଗଡ ବିକାଶ କାମରେ ସହଯୋଗ କରୁନାହାନ୍ତି ଏବଂ ଦୁର୍ନୀତି ପାଇଁ ପ୍ରବର୍ତାଉଛନ୍ତି । ବିନା କାରଣ ରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଆଗାମୀ ଦିନ ରେ ଜୁନାଗଡ ର ଜନତା ଉଚିତ ଜାବାବ ଦେବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *