– କମନୱେଲଥ ଦେଶର ବାଚସ୍ପତି ପ୍ରିଜାଇଡିଂ ଅଧିକାରୀଙ୍କ ସମ୍ମିଳନୀରେ ଯୋଗଦେଲେ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ନୂଆଦିଲ୍ଲୀର ସମ୍ବିଧାନ ସଦନ ଠାରେ କମନୱେଲଥ ଦେଶର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ ୨୮ ତମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିବା ବେଳେ ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲା ଅଧ୍ୟକ୍ଷତା କରିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ୭୮ଦେଶ, ସମସ୍ତ ରାଜ୍ୟର ବାଚସ୍ପତି, କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ଯୋଗଦେଇଥିଲେ ।

ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ବିଧାନସଭା ଓ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏ ବିଷୟରେ ମଧ୍ୟ ଉପସ୍ଥିତ ପ୍ରତିନିଧିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବାଚସ୍ପତିଙ୍କ ସହ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଯୋଗଦେଇଛନ୍ତି।
-0-
ବିଭୂତି ନାୟକ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
