ଗତିରାଉତ ପାଟଣା ଧାନ ମଣ୍ଡି ଖୋଲିଲା 

କଟକ ସଦର,୧୬/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା କୃଷକ ସେଵା ସମବାୟ ସମିତି ପକ୍ଷରୁ ଆଜି ଶୁକ୍ରବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ସମିତି ପରିସରରେ ଧାନ ମଣ୍ଡି ଉଦଘାଟନ କରିଛନ୍ତି।

ଏହି ଉପଲକ୍ଷେ ସମିତି ର ସଭାପତି ସମର ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କୃଷକ ନେତା ହୃଷିକେଶ ଜେନା, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ଉପ ସଭାନେତ୍ରୀ କବିତା ରାଉତରାୟ ଙ୍କ ସମେତ ଅନିରୁଦ୍ଧ ରାଉଳ, ରଜନୀକାନ୍ତ ସାହୁ, ଆଦିକନ୍ଦ ରାଉତରାୟ,ସ୍ମୃତି ରଞ୍ଜନ ରାଉତ, ଲକ୍ଷ୍ମୀଧର ରାଉତ ପ୍ରମୁଖ ଅନେକ ଚାଷୀ ଯୋଗ ଦେଇଥିଲେ। ଉଦଘାଟନ ଦିବସରେ ୧୭ ଜଣ ଚାଷୀଙ୍କ ଠାରୁ ୫୩୫ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି। ଶେଷରେ ସଂପାଦିକା ମଣିଭଦ୍ରା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *