ରାଜ୍ୟ ମହିଳା ଆୟୋଗ ସଦସ୍ୟା ଙ୍କ କେନ୍ଦ୍ରାପଡା ଉପ କାରାଗାର ପରିଦର୍ଶନ

କେନ୍ଦ୍ରାପଡ଼ା, ୦୫/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଉପକାରାଗାରାକୁ ପରଦର୍ଶନ କରିଛନ୍ତି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ । ବାରିମୂଳସ୍ଥିତ ଉପକାରାଗାରରେ ପହଂଚିବା ପରେ ଜେଲ ଅଧୀକ୍ଷକ ସୁନିଲ କୁମାର ପାତ୍ର ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. ମଲ୍ଲିକଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ।

ସଦସ୍ୟା ଡ. ମଲ୍ଲିକ ଉପକାରାଗାରର ପ୍ରାୟ ୪୦ଜଣ ବିଚାରାଧିନ କଏଦୀ ଅନ୍ତେବାସୀ ମହିଳାମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ସଠିକ ଭାବରେ ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଜେଲ କର୍ମଚାରୀମାନେ ସେମାନଙ୍କୁ ଭଲ ବ୍ୟବହାର କରୁଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।

ତେବେ ଏହି ପରିଦର୍ଶନର ମୁଖ୍ୟ ଲକ୍ଷ୍ୟ ଥିଲା କାରାଗାରରେ ମହିଳାଙ୍କ ପାଇଁ ସୁରକ୍ଷିତ, ସଚେତନ ଓ ସମର୍ଥିତ ପରିବେଶ ସୃଷ୍ଟି କରିବା । ଏହି ପରିଦର୍ଶନ ସମୟରେ ଜେଲ ଅଧୀକ୍ଷକଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *