ଯାଜପୁର ୦୧/୦୯/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟସୂଚୀ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
କୋରେଇ ବ୍ଲକ୍ ଅଧୀନରେ ୦୮.୦୯.୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର (BBSA)” ର ସ୍ଥାନ (ଭେନ୍ୟୁ) ପରିବର୍ତ୍ତନ କରାଯାଇଛି।
ପୂର୍ବରୁ ସ୍ଥିର ହୋଇଥିବା ସ୍ଥାନ: କାହ୍ନୁ ଚରଣ ମହାବିଦ୍ୟାଳୟ, କୋରେଇ ପରିବର୍ତ୍ତେ
ନୂତନ ସ୍ଥାନ: କୋରେଇ ବ୍ଲକ୍ ପରିସର ସ୍ଥିରୀକୃତ ହୋଇଛି।କାହ୍ନୁ ଚରଣ ମହାବିଦ୍ୟାଳୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ଚାଲୁଥିବାରୁ ଶିବିରର ସ୍ଥାନ ପରିବର୍ତ୍ତନ କରାଯାଇଛି।ସେହିପରି ବରୀ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର (BBSA) ୨୦୨୬ ର ସ୍ଥାନ ପରିବର୍ତ୍ତନ କରାଯାଇଛି।ସେପ୍ଟେମ୍ବର ୯ ତାରିଖରେ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର (BBSA), ପୂର୍ବରୁ ସ୍ଥିର ହୋଇଥିବା ଜି.ସି. କଲେଜ, ବରୀ (G.C. College, Bari)ପରିବର୍ତ୍ତେ ବରୀ ବ୍ଲକ ପରିସରରେ ଅନୁଷ୍ଠିତ ହେବ।
କଲେଜ ପରିସରରେ ବନ୍ୟା ଯୋଗୁଁଜଳବନ୍ଦୀ(waterlogging) ସମସ୍ୟା ହୋଇଥିବାରୁ ଶିବିରର ସ୍ଥାନ ବଦଳାଯାଇଛି।
ସମ୍ପୃକ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଫିସର ଏବଂ ହିତାଧିକାରୀମାନଙ୍କୁ ନୂତନ ସ୍ଥାନ (ବାରୀ ବ୍ଲକ୍ ପରିସର) କୁ ଆସିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ ସୂଚନା ପ୍ରଦାନ କରିଛନ୍ତି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
