ମହାପୁରୁଷ ଅଚୁତାନନ୍ଦ ଙ୍କ ପୁଷ୍ୟାଭିଷେକ ନିମନ୍ତେ ନେମାଳ ପୀଠ ଉତ୍ସବ ମୁଖର 

ନିଶ୍ଚିନ୍ତକୋଇଲି,୨୫/୦୧/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ନେମାଳ ର ପ୍ରସିଦ୍ଧ  ମହାପୁରୁଷ ଅଚୁତାନନ୍ଦ ଙ୍କ ପବିତ୍ର ପୀଠ ରେ ପାଳନ ହେଉଛି ପୁଷ୍ୟାଭିଷେକ ଉତ୍ସବ । ଚଳଚଞ୍ଚଳ ହୋଇ ଉଠିଛି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ । ସକାଳୁ ଠାକୁରଙ୍କ ଵିଭିନ୍ନ ନୀତିକାନ୍ତି କରାଯାଇଥିବା ବେଳେ ବହୁ ଦୁର ଦୁରାନ୍ତ ରୁ ଭକ୍ତ ମାନଙ୍କ ଗହଳି ଲାଗିଛି । ପଞ୍ଚସଖା ଯୁଗର ଅନ୍ୟତମ ସ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ରେ ଆଜି ପାଳିତ ହେଉଛି ପୁଷ୍ୟାଭିଷେକ । ପୌଷ ପୂର୍ଣ୍ଣିମା ର ଆଜିର ତିଥି ରେ ମହାପୁରୁଷ ଅଚ୍ୟୁତ ଙ୍କ ବିଗ୍ରହ କୁ  ଵିଭିନ୍ନ ଫୁଲମାଳ ରେ ଅଭିଷେକ କରାଯାଇଛି । ଵିଭିନ୍ନ ନିତି କାନ୍ତି ମଧ୍ୟରେ ରାଜାଧିରାଜ ବେଶ ରେ ମହାପୁରୁଷ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ପୀଠ କୁ ଵିଭିନ୍ନ ଫୁଲମାଳ  ରେ ସଜା ଯିବା ସହ ଉତ୍ସବ ମୁଖରିତ ହୋଇଛି ପୂରା ପରିବେଶ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହାପୁରୁଷଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି । ବିଶେଷ କରି ପ୍ରଭୁ ଙ୍କ ର ପଗଡି କୁ  ଶୋଭା ଯାତ୍ରା ରେ ପରିକ୍ରମା କରାଯିବାର  ଦୃଶ୍ୟ ଦେଖିବାକୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଥିବା ବେଳେ ଭକ୍ତ ଶାନ୍ତି ଶୃଙ୍ଖଳା ରେ ଠାକୁରଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି ।  ଭକ୍ତିମୟ ପରିବେଶ ମଧ୍ୟ ରେ ଆଜି ର ଏହି ପବିତ୍ର ଦିନ ରେ ରାଜ୍ୟର କୋଣ ଅନୁକୋଣ ରୁ ଭକ୍ତ ମାନେ ଧାଇଁ ଆସିଛନ୍ତି ଏହି ନେମାଳ ପଦ୍ମବନ ପୀଠ କୁ ବିଭୁ କୃପା ପାଇଁ ।

Leave a Reply

Your email address will not be published. Required fields are marked *