କାଳିଚରଣ ଡିଗ୍ରୀ କଲେଜ ରେ ଓଡ଼ିଆ ଭାଷା ପାଇଁ ଆଲୋଚନା ଚକ୍ର ।

ବାଂକୋଇ, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)- ବୋଲଗଡ ବ୍ଲକ ର ବାଂକୋଇ ଅଞ୍ଚଳ ରେ ପ୍ରତିଷ୍ଠିତ କାଳିଚରଣ ଡିଗ୍ରୀ କଲେଜ ରେ ଆଜି ଡିଜିଟାଲ ଯୁଗରେ ଓଡ଼ିଆ ମାତୃଭାଷାର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡ଼. ରବିନାରାୟଣ ମହାପାତ୍ର, ବିଶିଷ୍ଟ ଅତିଥି ସଂଗୀତ ନିର୍ଦେଶକ ପୂର୍ଣ୍ଣ ଚନ୍ଦ୍ର ବେହେରା, ନୋଡାଲ ଅଫିସର ଶ୍ରୀମତୀ ବିଜୟଲଷ୍ମୀ ପରିଡା, ବକ୍ତା ଡ଼. ସୁକାନ୍ତ ବେହେରା, ଡ଼. ପୀତବାସ ମିଶ୍ର, ଶ୍ରୀଯୁକ୍ତ ପ୍ରଶାନ୍ତ ତ୍ରିପାଠୀ, ଡ଼. ଜୟପ୍ରକାଶ ମିଶ୍ର, ଶ୍ରୀମତୀ ଝିଲି ମହାନ୍ତି, ଶ୍ରୀମତୀ ଲୁଇନା ବଳିୟାରସିଂହ, ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ଶ୍ରୀଯୁକ୍ତ ରାଜକିଶୋର ବଇରୀଗଞ୍ଜନ, ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଆଲୋଚନା ଚକ୍ର ରେ କଲେଜ ର ଛାତ୍ର ଛାତ୍ରୀ କାଜଲ ମହାପାତ୍ର, ଲଷ୍ମୀପ୍ରିୟା ଚମ୍ପତି, ଲଷ୍ମୀପ୍ରିୟା ସାହୁ, ପୂଜା ସାହୁ, ରିତାଞ୍ଜଳୀ ପ୍ରଧାନ, ଅନନ୍ୟା ନନ୍ଦିତା କର, ଭାରତୀ ସାହୁ, ପ୍ରମୁଖ ଛାତ୍ରୀ ମାନେ ଭାଗନେଇ କାର୍ୟ୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ । ଶେଷରେ ପୂର୍ଣ୍ଣ ଚନ୍ଦ୍ର ବେହେରା ଜଗନ୍ନାଥ ଙ୍କ ବନ୍ଦନା ଗାନକରିଥିଲେ ।

Leave a Reply

Your email address will not be published. Required fields are marked *