ଜୁନାଗଡ଼,୧୬/୦୫/୨୦୨୫(ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ସ୍ଥାଡିୟମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘ ର ସଭାପତି ଖଗେଶ୍ବର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ସଂଘର ପୂର୍ବତ ସଭାପତି ହିମାଂଶୁ ଶେଖର ବରାଡ଼, ସନ୍ତୋଷ ସିଂହଦେଓ, ନରେନ୍ଦ୍ର କ୍ଷିତି ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ଏହି ଉପଲକ୍ଷେ ଜୁନାଗଡ଼ ଆଦର୍ଶବିଦ୍ୟାଳୟ ଛାତ୍ର ଅନିକେତ ପଣ୍ଡା ଦଶମ ଶ୍ରେଣୀରେ ରେ କଳାହାଣ୍ଡି ଟପ୍ପର ହୋଇଥିବାରୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ପାଦକ ରବିଶଙ୍କର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ସଂଘର ବରିଷ୍ଠ ସଦସ୍ୟ ସୁନ୍ଦର ମୋହନ ଛତ୍ରିଆ, ଆଦିତ୍ୟ ମହାନ୍ତି, କୁମାରମଣି ଦୁର୍ଗା, ସୁନୀଲ ସିଂ, ବ୍ୟମୋକେଶ ପୁରୋହିତ, ରାକେଶ ବେମାଲ, ଭୋକରଧନ ଧଙ୍ଗଡାମାଝୀ, ରୋହିତ ବାଗ, ଅଂଶୁମାନ ଯୋଶୀ ଏବଂ ଛାତ୍ର ଅନିକେତ ପଣ୍ଡାଙ୍କ ବାପା ନରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
