କଟକ ସଦର ଵିଜେପି ପକ୍ଷରୁ ନମୋ ନଵ ମତଦାତା ସମ୍ମିଳନୀ

କଟକ ସଦର,୨୫/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଜାନୁୟାରୀ ୨୫ ରାଷ୍ଟ୍ରୀୟ ମତଦାତା ଦିଵସ ଅବସରରେ କଟକ ସଦର ଵିଜେପି ପକ୍ଷରୁ ଧରିଣା ପଞ୍ଚାୟତ ଭୁଟାନ ଗାଦି ଠାରେ ନମୋ ନଵ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ଵିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କିରଣ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ଵିଜେପି ପ୍ରବକ୍ତା ଦିଲ୍ଲିପ ମଲ୍ଲିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା କଟକ ସଦର ଵିଜେପି ସଂଯୋଜକ ହୃଷିକେଶ ଜେନା, କଟକ ଲୋକସଭା ପ୍ରଭାରୀ ସୁକାନ୍ତ ବିଶ୍ୱାଳ, କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, ସଦର ଵିଜେପି ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ଉପସଭାପତି ନିର୍ମଳ କୁମାର ଦାସ, ଜିଲ୍ଲା ସାଧାରଣ ସଂପାଦକ ଆଲୋକ ଚନ୍ଦ୍ର ମହାନ୍ତି, ପ୍ରତିଭା ସତପଥି, ସଦର ପ୍ରଭାରୀ ରଶ୍ମିରେଖା ଦାସ, ଅଶୋକ ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚନରେ ଵିଜେଡି ସରକାରକୁ ଗାଦିଚ୍ୟୁତ କରି ଵିଜେପି ସରକାର ଗଠନ ପାଇଁ ଆଜି ଠାରୁ କାର୍ଯ୍ୟ କରିଵାକୁ ନୂଆ ଭୋଟର ମାନଙ୍କୁ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *