ଡିଜିଟାଲ ମିଡ଼ିଆ ଆସୋସିଏସନ ର ତୃତୀୟ ବାର୍ଷିକ ଉତ୍ସବ 

ଜୁନାଗଡ଼,୩୦/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସଂସ୍କୃତି ଭବନ ତଥା ଟାଉନ ହଲ ଠାରେ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ୍ ଦ୍ୱାରା ଅନୁବନ୍ଧିତ କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ର ବିଧାୟକ ସୁଧୀର ପାଟଯୋଶୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ମାଣିକେଶ୍ବରୀ ମହାବିଦ୍ୟାଳୟ ଥୁଆମୂଲ୍ ରାମପୁର ର ସତ୍ୟନାରାୟଣ ମୁଣ୍ଡଛିନା ଅଧ୍ୟକ୍ଷ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ ସୁରେନ୍ଦ୍ର ସିଂ ସଭା ପରିଚାଲନା କରିଥିବା ବେଳେ କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନର ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏବଂ ସମ୍ପାଦକ ରବି ଶଙ୍କର ସୁନାନୀ ମଞ୍ଚା ସିନ ଥିଲେ ।ଏହି ବାର୍ଷିକ ଉତ୍ସବ ରେ ଜୁନାଗଡ଼ କଳା ବିକାଶ କେନ୍ଦ୍ରର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କଳାବିକାଶ କେନ୍ଦ୍ରର ସମ୍ପାଦକ ମାନସ ରଞ୍ଜନ ସେଠୀ ଙ୍କୁ ବିଧାୟକ ମାନପତ୍ର ସହିତ ସମ୍ମାନିତ କରିଥିଲେ ଏବଂ ଜୁନାଗଡର ବିଶିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ଙ୍କୁ ମଧ୍ୟ ମାନ ପତ୍ର ସହିତ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ପାଟଯୋଷି ସମ୍ମାନିତ କରିଥିଲେ । ପରେ ଏ ବର୍ଷର ସଫଳ ମହିଳା ଚାଷୀ ଭାବରେ ଜୁନାଗଡ଼ର ପୁଷ୍ପାଞ୍ଜଳି ପୂଜାରୀଙ୍କୁ ଏବଂ ଜୟପାଟଣାର ପ୍ରାଣ ରଞ୍ଜନ ନାୟକଙ୍କୁ ସଫଳ ଚାଷୀ ଭାବରେ ବିଧାୟକ ସମ୍ମାନିତ କରିଥିଲେ। ଶେଷରେ କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନର ସମ୍ପାଦକ ରବି ଶଙ୍କର ସୁନାନି ଉପସ୍ଥିତ ମଂଚାସୀନ ଅତିଥି ଏବଂ ସମସ୍ତ ଗଣମାଧ୍ୟମ ବନ୍ଧୁ ମାନଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *