ଯାଜପୁର, ୨୪/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର): ଯାଜପୁର ଜିଲ୍ଲା ସୋଲାର ସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ବିବେକାନନ୍ଦ ଅଡିଟୋରିୟମ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ପୋଲିସ ପ୍ରଶିକ୍ଷଣ ଅନୁଷ୍ଠାନ ଓ ଛତିଆ ସମାଜସେବୀ ସଙ୍ଗଠନ ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରକୁ ପୋଲିସ ପ୍ରଶିକ୍ଷଣ ଅନୁଷ୍ଠାନ ର ଅଧ୍ୟକ୍ଷ ଅଶୋକ କୁମାର ଦେହୁରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଏ ସି ଚିତ୍ତରଞ୍ଜନ ମାଝୀ, ସଞ୍ଜୟ କୁମାର କର୍, ଦୀପକ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ, କଟକ ଏସ ସି ବି ମେଡିକାଲ କଲେଜ୍ ପକ୍ଷରୁ ଡାକ୍ତର ଦେବୀ ପ୍ରସାଦ ସାହୁ, ଡଃ ବିଶ୍ୱଜିତ୍ ସେନାପତି, ଡଃ ରାମଚନ୍ଦ୍ର ଖଟୁଆ, ବିଷ୍ଟୁ ପ୍ରସାଦ ଘୋଷ, ରଶ୍ମି ରଞ୍ଜନ ପ୍ରଧାନ ବିଶ୍ୱଜିତ୍ ଦୀକ୍ଷିତ ପ୍ରମୁଖ ଡାକ୍ତରୀ ଟିମ୍ ସହଯୋଗ କରିଥିଲେ। ଉକ୍ତ ରକ୍ତ ଦାନ ଶିବିରରେ ୧୨୭ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା।
ଏହି ଶିବିରକୁ ଛତିଆ ସମାଜ ସେବୀ ସଙ୍ଗଠନ ର ସଭାପତି ସୌମ୍ୟ ରଞ୍ଜନ ବେହେରା, ଉପସଭାପତି ନୃସିଂହ ଚରଣ ରାଉତ,ସମ୍ପାଦକ ଆଦିତ୍ୟ ଶଙ୍କର ଷେଣ୍ଢ , ସହ ସଂପାଦକ ହୃଷୀକେଶ ସେଠୀ, କୋଷାଧ୍ୟକ୍ଷ ରଞ୍ଜନ କୁମାର ସିଂ, ଆମ ଅଞ୍ଚଳ ର ଗର୍ବ ଗୌରବ ବିଶିଷ୍ଟ ସମାଜସେବୀ ମୋହନ ମହାରଣା , ନିରଞ୍ଜନ ବେହେରା, ସନ୍ତୋଷ କୁମାର ପ୍ରଧାନ, ଅନୁ ରିତା ସ୍ୱାଇଁ, ରାଜଲକ୍ଷ୍ମୀ ସାମଲ,ଅଶ୍ଵିନୀ କୁମାର ପରିଜା, ବିଧାନ ସାମନ୍ତ ରାୟ, ଭରତ କୁମାର ବେହେରା,କଳ୍ପତରୁ ସାହୁ, ସରପଞ୍ଚ ରମେଶ ପୃଷ୍ଟି, ଜିତେନ୍ଦ୍ର ସାହୁ,ଜିତ୍ରେନ୍ଦ୍ର ନାୟକ, ଅମିତ୍ ସାହୁ, ପ୍ରକାଶ ପୃଷ୍ଟି, ବିଭୂତି ଭୂଷଣ ଦାସ,ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ ଶିବିରକୁ ସଫଳ କରିଥିଲେ।