କଣ୍ଠଶିଳ୍ପୀ  ବହ୍ନିମାନ ରଥଙ୍କୁ ସଂଗୀତ ଭାରତୀ ବିଷୁବ ସମ୍ମାନ ପ୍ରଦାନ 

କଟକ ୧୫/୦୪/୨୦୨୬ ( ଓଡିଶା ସମାଚାର/ଅଭୟ ଜେନା )- ‘ସଂସ୍କରିକା’ ର ଦ୍ୱାବିଂଶତମ ସଂସ୍କରିକା ବିଷୁବୋତ୍ସଵ ସନ ୧୪୩୩ ପାଳନ ଅବସରରେ ସୁନାମ ଧନ୍ୟ ଯୁବ କଣ୍ଠଶିଳ୍ପୀ ତଥା ଯୁବ ରକ୍ତଦାତା ବହ୍ନିମାନ ରଥଙ୍କୁ କଳା,ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ ସଂସ୍କରିକା ସଂଗୀତ ଭାରତୀ ବିଷୁବ ସମ୍ମାନ – ୨୦୨୬ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।

ସୂଚନାଯୋଗ୍ୟ ଯୁବ ସାମଜିକ କର୍ମୀ ତଥା କଳାପ୍ରେମୀ ଏହି ଯୁବ ପ୍ରତିଭା ବହ୍ନିମାନ ସୁନହଟ ନିବାସୀ ବିଧୁନାଥ ରଥ ଓ ଅନସୂୟା ରଥଙ୍କ ସୁଯୋଗ୍ୟ ସନ୍ତାନ ଏବଂ ସାହିତ୍ୟ ଜଗତର ମଉଡମଣି ମହାନ୍ ସାରସ୍ଵତ ସାଧକ ଦିବଂଗତ ବ୍ରଜନାଥ ରଥଙ୍କ ଦାୟଦ ଅଟନ୍ତି । ଯୁବ କଣ୍ଠଶିଳ୍ପୀଙ୍କୁ ତାଙ୍କ ସଫଲତା ନେଇ ସମଗ୍ର ରାଜ୍ୟବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

Leave a Reply

Your email address will not be published. Required fields are marked *