ଭଦ୍ରକ,୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପରିବାର ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ କରାଯାଇଛି। ମୃତକ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଗତ ୪ ତାରିଖରେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ। ମଙ୍ଗଳବାର ରାତିରେ ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Related Posts

ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା : ବରକୁ ଉଠାଇ ନେଲା ପୋଲିସ
କନ୍ଧମାଳ,୨୩/୦୭/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାହାଘର ସରିଥିଲା। ବର ଘରକୁ କନିଆ ଆସି ସାରିଥିଲା। ବିଧି ମୁତାବକ ଘରେ ସବୁ କାର୍ଯ୍ୟ ଚାଲିବା ସହ ଭୋଜିର…

ଭୁବନ ରେ ହିଙ୍ଗୁଳା ଯାତ୍ରା ଶେଷ
ଭୁବନ ୨୮/୦୪/୨୦୨୪ (ଓଡ଼ିଶା ସମାଚାର)-ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ଗତ ୨୨ ତାରିଖ ସୋମବାର ଠାରୁ ୨୬…

ସମାଜରେ ଆଇନ ସାକ୍ଷରତା ନିମନ୍ତେ ଛାତ୍ରଙ୍କ ଭୂମିକା ଅପରିହାର୍ଯ୍ୟ
ଜଗତସିଂହପୁର,୨୮/୧୦/୨୦୨୪ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…