ଭଦ୍ରକ,୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପରିବାର ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ କରାଯାଇଛି। ମୃତକ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଗତ ୪ ତାରିଖରେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ। ମଙ୍ଗଳବାର ରାତିରେ ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Related Posts
ଉତ୍କଳ ବିକାଶ ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
କଟକ ସଦର,୨୨/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ପକ୍ଷରୁ ପୂର୍ବତନ ସଭାପତି ତଥା କଟକ…
୨୪ତମ ନିମାପଡ଼ା ମହୋତ୍ସବ ର ପ୍ରସ୍ତୁତି ବୈଠକ
ନିମାପଡ଼ା, ୧୨/୧୨/୨୦୨୪ (ଓଡ଼ିଶା ସମାଚାର)- ୨୪ତମ ନିମାପଡ଼ା ମହୋତ୍ସବ ଆସନ୍ତା ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଯାଉଛି। ଏଥିନିମନ୍ତେ କମିଟି ସଭାପତି ତଥା ନିମାପଡ଼ା ବିଧାୟିକା,…
ବିକଶିତ ଓଡ଼ିଶା- ୨୦୩୬ ଓ ବିକଶିତ ଭାରତ- ୨୦୪୭ ନିମନ୍ତେ ସଂସ୍କୃତି ବିଭାଗର ପରାମର୍ଶ ବୈଠକ
ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନଶୈଳୀ ଓ ଜୀବିକା ସହ ସଂଶ୍ଳିଷ୍ଟ କରିପାରିଲେ ବିକଶିତ ଓଡ଼ିଶା ଓ ଭାରତର ଲକ୍ଷ୍ୟ ପୂରଣ ହେବ ଭୁବନେଶ୍ୱର, ୦୪/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ…
