ସ୍ୱପ୍ନର ଆଠଗଡ ଗଢି ତୋଳିବାକୁ ଆହ୍ୱାନ ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ
ଆଠଗଡ,୨୨/୧୨/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ଆଇନଜୀବି ତଥା ମହୋତ୍ସବର ଆବାହକ ଫଣିଭୁଷଣ ରଥଙ୍କ ଆବାହକତ୍ୱ ଏବଂ କମିଟି ମୁଖ୍ୟ ଉପଦେଷ୍ଟା ଭାଜପାର ବରିଷ୍ଠ ନେତା ଅଭୟ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଠଗଡ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା କ୍ରୀଡା ଯୁବବ୍ୟାପାର ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଯୋଗଦେଇ ସ୍ୱପ୍ନର ଆଠଗଡ ଗଢିତୋଳିବାକୁ ଆହ୍ୱାନ ରଖିବାସହିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିଣିତ କରିବାକୁ ଦେଲେ ପ୍ରତିଶୃତି ଏବଂ ଉପଜିଲ୍ଲାପାଳଙ୍କୁ ଦେଲେ ଦାୟିତ୍ୱ । ଏଥିସହ ଆଠଗଡରେ ଏକ ମିଲିଟାରୀ ତାଲିମ କେନ୍ଦ୍ର ଗଢିବାକୁ ବିଜେପି ନେତା ଅଭୟ କାରିକଙ୍କୁ ଦେଲେ ପରାମର୍ଶ ।
ଆଠଗଡକୁ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଅନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ କରିବା ସହିତ ଆଠଗଡ ଦେଖିଥିବା ସ୍ୱପ୍ନକୁ ପୁରା କରିବା ପାଇଁ ସମସ୍ତ ସହଯୋଗ କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଯୋଗଦେଇ ଆଠଗଡ ଉପଖଣ୍ଡର ଉନ୍ନତି ତଥା ବିକାଶ ନିମନ୍ତେ ଉପଖଣ୍ଡ ପ୍ରଶାସନର ସମସ୍ତ ସହଯୋଗ ଯୋଗଇ ଦିଆଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବଜାର କମିଟି ପକ୍ଷରୁ ହର ପ୍ରସାଦ ସେଠୀ, ଅଜୟ କୁମାର ବହେରା, ଆଇନଜୀବି ପ୍ରମୋଦ ଜେନା ଏବଂ ଟୁନା ଭକ୍ତା ପ୍ରମୁଖ ଯୋଗ ଦେଇଥିଲେ । ସମାଜସେବୀ ପାର୍ଥସାରଥି ପଟ୍ଟନାୟକଙ୍କ ସଂଯୋଜନା କରିଥିଲେ ।
ଏହାସହିତ ବିପ୍ଳବ ଦାସଙ୍କ ସ୍ୱର ସଂଯୋଜନାରେ ସମବେତ କଣ୍ଟ ସଂଗୀତ ପରିବେଷଣ କରାଯାଇଥିଲା । ଅନ୍ତରା ଚକ୍ରବର୍ତ୍ତୀ ଓ ସାଥି ମାନଙ୍କର ସଂଗୀତ ପରିବେଷଣ ଦର୍ଶକ ଝୁମି ଉଠିଥିଲେ । ଭୀଡକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦିପ କୁମାର ସାହୁ ଏବଂ ଆଠଗଡ ଉପଖଣ୍ଡ ଆରକ୍ଷି ଅଧିକ୍ଷକ ବିଶ୍ୱଜୀତ ମହାନ୍ତି ଏବଂ ଥାନା ଅଧିକାରୀ ସୁମନ୍ତି କୁମାରୀ ମହାନ୍ତି ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ନିୟୋଜିତ ହୋଇ ଶୃଙ୍ଖଳା ବଜାୟ ରଖିଛନ୍ତି । ଆଠଗଡ ମହୋତ୍ସବ ଗତ ୧୮ ତାରିଖରୁ ଉଦଘାଟିତ ହୋଇଥିବା ବେଳେ ଏହା ଆସନ୍ତା ୨୪ ତାରିଖରେ ଉଦଘାପିତ ହେବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ ।
