ଆଠଗଡ୍, ୨୨/୧୨/୨୦୨୫ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଏଟି ବିଏନ୍ ଓକିଲ୍ ସଂଘ ର ୩୧ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ଆଠଗଡ଼ ସ୍ଥିତ ଶୁଭଦିପା କଲ୍ୟାଣୀ ମଣ୍ଡପ ରେ ସଂଘର ସଭାପତି ଶ୍ରୀଯୁକ୍ତ ଫଣୀ ଭୂଷଣ ରଥଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ତିଗିରିଆ ବଡମ୍ବା ନରସିଂହପୁର କଟକ ଭୁବନେଶ୍ବର ସଦସ୍ୟ ଅଧିବକ୍ତା ମାନଙ୍କୁ ନେଇ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଚଳିତ ବର୍ଷ ଆଠଗଡ଼ ଓକିଲ ସଂଘ ର ଅଧିବକ୍ତା ସଭାପତି ପରିଡ଼ା ଙ୍କ ସହ ଗଗନ ବିହାରୀ ରାଉତ , ସନ୍ତୋଷ କୁମାର ସାହୁ ବଡମ୍ବା ବୁଦ୍ଧିମାନ ସାହୁ ନରସିଂହପୁର ଶାଶ୍ଵତ କୁମାର ସ୍ବାଇଁ ଆଠଗଡ଼ ପ୍ରଶାନ୍ତ କୁମାର ପଟ୍ଟନାୟକ କଟକ ଙ୍କ ୯ ଜଣ ଆଇନଜୀବୀ ଙ୍କୁ ସଂଘ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା
