ବାଂଲାଦେଶୀଙ୍କ ଆଡ୍ଡାସ୍ଥଳୀ କୁ ମାଟିରେ ମିଶାଇଲା ପ୍ରଶାସନ

କଟକ ସଦର ,୧୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ରବିବାର ସଂଧ୍ୟାରେ ଜଗତସିଂହପୁର ସହର ଉପକଣ୍ଠ ତରିକୁନ୍ଦ ଵେରାହିମପୁରରେ ସରକାରୀ ଯାଗାରେ ବେଆଇନ୍ ଭାବେ ଘରକରି ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କ ଆଡ୍ଡା ଉପରେ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ମାରଣାସ୍ତ୍ର ଓ ପିସ୍ତଲ ଜବତ କରିବାରେ ସଫଳ ହୋଇଛି।

ଏଠାରେ ଲୁଚାଛପା ରେ ବେଆଇନ୍ ମଦ୍ରାସା ବି ଚାଲିଥିବା ପୋଲିସ ନିକଟରେ ଖଵର ପହଞ୍ଚିଥିଲା। ପୋଲିସ ଆଡ୍ଡାସ୍ଥଳୀ ରେ ପହଞ୍ଚି ବା ଜାଣି ସନ୍ଦିଗ୍ଧ ମାନେ ଆଖି ପିଛୁଳା କେ ଉଭାନ ହୋଇଯାଇଥିବା ବେଳେ ଦୁଇଜଣ ମହିଳା ଙ୍କୁ ପୋଲିସ କାବୁ କରିଥିବା ଜଣାପଡିଛି।

ହେଲେ ଆଜି ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡ୍ଡାସ୍ଥଳୀ ପାଲଟି ଥିବା ସନ୍ଦିଗ୍ଧ ବାଂଲାଦେଶୀ ଙ୍କର ୧୦ ଵଖରା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ଏହା ଜଣାପଡିବା ପରେ ସ୍ଥାନୀୟ ଅଂଚଳ ସହିତ ଜଗତସିଂହପୁର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉକ୍ତ ସମ୍ବେଦନଶୀଳ ଘଟଣା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *