କଟକ ସଦର ,୨୯/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ କିଛିଦିନ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଵା ବେଳେ ସତ୍ୟ ଉନ୍ମୋଚନ ସହିତ ନ୍ୟାୟ ପାଇଁ ଆଜି ସୋନାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି।
ପ୍ରକାଶ ଯେ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ସୋନାଲି ଙ୍କୁ ପତ୍ନୀ ଭାବେ ରଖିଥିବା ଗଣମାଧ୍ୟମ ରେ ସ୍ୱ।ମୀ ତଥା ଯାତ୍ରା କଳାକାର ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ଅଭିଯୋଗ କରିବା କୁ ନେଇ ଅନେକ ବିବାଦ ଦେଖାଦେଇଛି।
ଏଵେ ନିଜ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଏଵଂ ନିଜକୁ ତାଙ୍କ ସ୍ଵାମୀ ବୋଲି ଦାବି କରୁଥିବା ଅନ୍ୟତ୍ର ଵିଵାହ କରିଥିବା ଶ୍ରୀକ୍ଷେତ୍ରଙ୍କ ବିରୁଦ୍ଧରେ ନ୍ୟାୟ ଭିକ୍ଷା କରି ସୋନାଲି ବରିଷ୍ଠ ଆଇନଜୀବି ବ୍ୟୋମକେଶ ତ୍ରିପାଠୀ ଙ୍କ ସହାୟତା ରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି।
