ଆଠଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୦ତମ ବାର୍ଷିକ ଉତ୍ସବ

                        ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିକ୍ଷା ସହିତ ସଂସ୍କାର ପ୍ରଦାନ କରିଥାଏ -ଉଚ୍ଚଶିକ୍ଷା ମନ୍ତ୍ରୀ

ଆଠଗଡ,୨୨/୧୨/୨୦୨୫ (ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା, ଦିକ୍ଷା ସହିତ ସଂସ୍କାର ପ୍ରଦାନ କରିଥାଏ ଏହାସହିତ ବାସ୍ତବ ଇତିହାସ ମଧ୍ୟ ପ୍ରଦାନ କରି ଆଗକୁ ବଢିବାକୁ ସାହସ ଯୋଗଇ ଥାଏ ବୋଲି ସ୍ଥାନିୟ ବାଣିକଣ୍ଠନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା କ୍ରୀଡା ଯୁବବ୍ୟାପାର ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଛନ୍ତି ।

ବିଦ୍ୟାଳର ପରିଚାଳନା କମିଟି ସଭାପତି ଗଦାଧର ପ୍ରଧାନଙ୍କ ଅଧ୍ୟକ୍ଷତା ଏବଂ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସୌମେରେନ୍ଦ୍ର ସାହୁଙ୍କ ତତ୍ୱବଧାନରେ ଆୟୋଜିତ ବାର୍ଷିକ ଉତ୍ସବ ସଭାରେ ଅନ୍ୟତମ ଅତିଥିଭାବେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ବିଜେପିର ବିରିଷ୍ଟ ନେତା ଅଭୟ କୁମାର ବାରିକ, ଆଇନଜୀବି ଜ୍ଞାନରଂଜନ ମହାପାତ୍ର କମିଟି ସଂପାଦକ ଦେବୀ ପ୍ରସାଦ ସେଠୀ, କୋଷାଧ୍ୟକ୍ଷ ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଟ ଆଚାର୍ଯ୍ୟ ମନୋରଞ୍ଜନ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କର କାରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *