କଟକ ସଦର ବିଧାୟକ ଙ୍କ ଦ୍ୱାରା ନୂତନ ରାସ୍ତାର ଶିଳାନ୍ୟାସ

 ନିଶ୍ଚିନ୍ତକୋଇଲି,୨୦/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) କଟକସଦର ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଠାରେ ଶନିବାର ଅପରାହ୍ନ ରେ ଜନାର୍ଦ୍ଦନ ପୁର ପୁରୁଣାପରି ଭାୟା ଖଣ୍ଡଗିରି ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ରାସ୍ତାର ନବୀକରଣ ର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି ରାସ୍ତାର ଶୁଭ ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଜନସାଧାରଣ ବିଧାୟକ ଙ୍କୁ ଏକ ଶୋଭାଯାତ୍ରା ରେ ଶିଳାନ୍ୟାସ ସ୍ଥଳକୁ ପାଛୋଟି ଆଣିଥିଲେ ।

ରାସ୍ତାର ଶିଳାନ୍ୟାସ କରି ବିଧାୟକ ଶ୍ରୀ ସେଠୀ କହିଲେ ଯେ, ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଏହି ରାସ୍ତା ନିର୍ମାଣ ପାଇଁ ତିନି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି  ।

ଏହାଦ୍ୱାରା ତିନି ଗୋଟି ମୌଜା ର ଲୋକେ ଉପକୃତ ହୋଇ ପାରିବେ ।ଏହି ଅଞ୍ଚଳର ଜନସାଧାରଣ ଏକ ଉନ୍ନତ ମାନର ରାସ୍ତାରେ ଯାତାୟାତ କରି ଉପକୃତ ହୋଇପାରିବେ ବୋଲି ବିଧାୟକ କହିଥିଲେ । କାର୍ଯ୍ୟକ୍ରମ ରେ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା,ଯୁବ ନେତା ପ୍ରମୋଦ କୁମାର ବେହେରା,ବିଜେପି ମଣ୍ଡଳ ସଭାପତି ମୀନକେତନ ମହାନ୍ତି, ସୁଧାଂଶୁ ଶେଖର ରାଉତରାୟ, ପର୍ଶୁରାମ ଭୂୟାଁ,ରାଜ କିଶୋର ସାହୁ, ନିରଞ୍ଜନ ସାହୁ, ରାଜେଶ ମଲ୍ଲିକ, ପ୍ରଦୀପ୍ତ ସେଠୀ, ନିଳୋତ୍ପଳ ମାଝୀ, ବୈରାଗୀ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ  ।

Leave a Reply

Your email address will not be published. Required fields are marked *