ବ୍ରାହ୍ମଣଝରିଲେ। ଉଚ୍ଚ ବିଦ୍ୟାଳୟର ୫୮ତମ ବାର୍ଷିକ କ୍ରୀଡା ଉଦଘାଟିତ

କଟକ,୨୦/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ବାରଙ୍ଗ ବ୍ଳକ ଅନ୍ତ୍ରର୍ଗତ ବ୍ରାହ୍ମଣଝରିଲୋ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୫୮ ତମ ବାର୍ଷିକ କ୍ରୀଡା  ଉଦ୍‌ଘାଟିତ ହୋଇଯାଇଛି । ନରନାରାୟଣ ମନ୍ଦିର  ରେ କ୍ରୀଡ଼ା ମଶାଲ କୁ ପୂଜା ଅର୍ଚ୍ଚନା କରାଯାଇ ଶୋଦ୍ଭାଯାତ୍ରାରେ ଖେଳପଡ଼ିଆରେ ସ୍ଥାପନ କରାଯାଇଥିଲା ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଉତ୍ତମ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନି ଉତ୍ସବରେ  ପରିଚାଳନା କମିଟି ର ସଭାପତି ବିଘ୍ନେଶ୍ୱର ତରାଇ, ଆଲମୁନି କମିଟିର ଉପସଭାପତି ସାମ୍ବାଦିକ ରାମେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସଦସ୍ୟ ବାବାଜୀ ଚରଣ ମହାନ୍ତି, ସୁବାସ ବେହେରା  ଓ ସିଆରସିସି ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବାର୍ଷିକ କ୍ରୀଡା କୁ ଉଦ୍‌ଘାଟନ କରିଥିଲେ ।

କ୍ରୀଡ। ଶିକ୍ଷକ ସନ୍ତୋଷ କୁମାର ମାଝି ଓ ଚୌଧୂରୀ ସୁକୁମାର ଦାସ ପରିଚାଳନା କରିଥିବା ବେଳେ ମଞ୍ଜୁଶ୍ରୀ ବେହେରା, କଳ୍ପନା ସାହୁ, ଶୁଭଲକ୍ଷ୍ମୀ ଦେଠି,ରଶ୍ମିପ୍ରଭା ବେହେରା, ସ୍ଵର୍ଣ୍ଣଲତା ସାମଲ, ଅନିମା ସ୍ଵାଇଁ, ଅଜିମ ଅଖତର ଖାଁ,ଅନାଦି ଚରଣ ମଲ୍ଲିକ, ଜୀବନ କୁମାର ମହାରଣା, କାବ୍ୟତାରା ଦାସ,ବନ୍ଦନା ବେହେରା, ମନୋରମା ପାତ୍ରା, ବିଷ୍ଣୁପ୍ରିୟା ସାହୁ,ଜିତେନ୍ଦ୍ର କୁମାର ଦାସ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ କ୍ରୀଡ଼ା ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *