୩୫୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ଯେଉଁମାନେ ନିଜର ଫଟୋ ଉତ୍ତୋଳନ କରାଇ ନାହାନ୍ତି , ଡିସେମ୍ବର ମାସ ମଧ୍ୟରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଙ୍କ ନିକଟରେ ଫଟୋ ଉତ୍ତୋଳନ କରାଇ ନିଅନ୍ତୁ , ନତୁବା ପେନସନ୍ ହିତାଧିକାରୀ ତାଲିକାରୁ ନାମ ବାଦ୍ ଦିଆଯିବ
ଜଗତସିଂହପୁର, ୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ଚଳିତ ୨୦୨୫ ମସିହା ଅଗଷ୍ଟ ମାସ ଠାରୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ବର୍ଦ୍ଧିତ ୩୫୦୦ ଟଙ୍କା ହିତାଧିକାରୀ ମାନଙ୍କର ଭତ୍ତା ବଣ୍ଟନ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଫଟୋ ଉତ୍ତୋଳନ କରାଯାଉଅଛି । ଏହି application ସମସ୍ତ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ (Executive Officer) ଙ୍କ ମୋବାଇଲ ରେ ଉପଲବ୍ଧ ଅଛି । ମାତ୍ର, ଏହା ପରିଲକ୍ଷିତ ହେଉଅଛି ଯେ, କିଛି ହିତାଧିକାରୀ ମାନେ କ୍ରମାଗତ ଭାବେ ଫଟୋ ଉତ୍ତୋଳନ ନିମନ୍ତେ ସହଯୋଗ ନ କରିବା କାରଣରୁ ସେମାନଙ୍କର ଫଟୋ ଉତ୍ତୋଳନ କରାଯାଇପାରୁନାହିଁ ।
ଏଣୁ ସମସ୍ତ ୩୫୦୦ ଟଙ୍କା ଭତ୍ତା ହିତାଧିକାରୀ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଯେଉଁମାନେ ଏ ପର୍ୟ୍ୟନ୍ତ ନିଜର ଫଟୋ ଉତ୍ତୋଳନ କରାଇ ନାହାନ୍ତି, ସେମାନେ ଡିସେମ୍ବର ମାସରେ ନିଜର ଫଟୋ ଉତ୍ତୋଳନ ନିଶ୍ଚିନ୍ତ ରୂପରେ କରାଇନିଅନ୍ତୁ । ଯେଉଁ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ହିତାକାରୀ ମାନେ କୌଣସି କାରଣରୁ ନିଜ ବାସଗୃହରେ ଭତ୍ତା ରାଶି ଗ୍ରହଣ କରୁଅଛନ୍ତି ସେମାନଙ୍କୁ ମଧ୍ୟ ନିଜ ଫଟୋ ଉତ୍ତୋଳନ ଚଳିତ ଡିସେମ୍ବର ମାସରେ କରାଇ ଦେବାକୁ ଅନୁରୋଧ କରାଯାଉଅଛି । ତେଣୁ ଯେଉଁମାନେ ନିଜର ଫଟୋ ଉତ୍ତୋଳନ କରାଇ ନାହାନ୍ତି ଏବଂ ଡିସେମ୍ବର ମାସ ମଧ୍ୟରେ ଫଟୋ ଉତ୍ତୋଳନ ନିମନ୍ତେ ସହଯୋଗ କରିବେ ନାହିଁ, ସେମାନଙ୍କର ନାମ ହିତାଧିକାରୀ ତାଲିକାରୁ ବାଦ୍ କରାଯିବା ସହିତ ୨୦୨୬ ମସିହା ଜାନୁଆରୀ ମାସରୁ ସେମାନଙ୍କୁ ସରକାରଙ୍କ ତରଫରୁ ମାସିକ ୩୫୦୦ ଟଙ୍କା ଭତ୍ତା ରାଶି ଯୋଗାଇ ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
