ଜଗତସିଂହପୁର ଜିଲ୍ଲା ସ୍ତରୀୟ ଯୁବ ଲେଖକ ସମ୍ମିଳନୀ ।

ଜଗତସିଂହପୁର,୧୧/୦୪/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲା ସ୍ତରୀୟ ଯୁବ ଲେଖକ ସମ୍ମିଳନୀ ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ. ସୁଜାତା ଓତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ମହାବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଥିଲେ।

ଏହି ସମ୍ମିଳନୀରେ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବି ଶ୍ରୀଯୁକ୍ତ ଅଜୟ କୁମାର ବେହେରା ଓ ଗୀତିକବି ଶ୍ରୀଯୁକ୍ତ ଉମାକାନ୍ତ ନାୟକ, ଜଗତସିଂହପୁର ସାହିତ୍ୟ ପରିଷଦର ଉପ ସଭାପତି ଶ୍ରୀଯୁକ୍ତ ବଂଶୀଧର ବେହେରା ଯୋଗ ଦେଇଥିଲେ। ବିଚାରକ ଭାବେ ଡ. ଶରତ ଚନ୍ଦ୍ର ମହାରଣା ଓ ଶ୍ରୀଯୁକ୍ତ ଅଭିରାମ ଶତପଥୀ ଯୋଗ ଦେଇଥିଲେ।

ପ୍ରତିଯୋଗିତାରେ ଓଡ଼ିଆ କବିତାରେ ତୃପ୍ତିମୟୀ ବେହେରା,ପ୍ରଥମ, ପ୍ରିୟଙ୍କା ଖଟୁଆ,ଦ୍ଵିତୀୟ ଓ ଶ୍ରୁତିରୂପା ରାୟ ତୃତୀୟ ସ୍ଥାନ , ଓଡ଼ିଆ କ୍ଷୁଦ୍ର ଗଳ୍ପ ବିଭାଗରେ ପ୍ରତୀକ୍ଷା ସିଂହ, ପ୍ରଥମ, ଆୟୁଷମତୀ ଯାଜ୍ଞସେନୀ ନାୟକ,ଦ୍ଵିତୀୟ ଓ ଆଶୁତୋଷ ପରିଡ଼ା ତୃତୀୟ ସ୍ଥାନ ଏବଂ ଓଡ଼ିଆ ପ୍ରବନ୍ଧରେ ସ୍ୱାଭିମାନ ପାତ୍ର, ପ୍ରଥମ, ଶୁଭେଚ୍ଛା ଦୀପାଳିନୀ, ଦ୍ଵିତୀୟ ଓ ସତ୍ୟଜିତ ବାରିକ, ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେମାନଙ୍କୁ ସ୍ମୃତିଫଳକ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ମଞ୍ଚ ସଂଯୋଜନା ଧନ୍ୟବାଦ ଅର୍ପଣ କରିଥିଲେ ଡ. ସୁଜାତା ମୁଣ୍ଡ । ଏଥିରେ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ଡ. ମନୋଜା ମଞ୍ଜରୀ ସ୍ୱାଇଁ, ବନ୍ଦିତା ଦାସ, ଅମ୍ରିତା ମହାନ୍ତି, ବଳଭଦ୍ର ପାଢ଼ୀ, ନିହାର ରଞ୍ଜନ ସ୍ବାଇଁ, ଜିତୁ ପ୍ରସାଦ ମଲ୍ଲିକ, ଦିଲ୍ଲୀପ କୁମାର ମୁଦୁଲି, ଡ. ନୃସିଂହ ଚରଣ ସାମନ୍ତରାୟ, ସତ୍ୟବ୍ୟସାଚୀ ତ୍ରିପାଠୀ, ଅମିତାଭ ସ୍ୱାଇଁ, ଅସୀମ ଅମିତାଭ ଲେଙ୍କା, ଶୁଭେନ୍ଦୁ ମୋୖଳି ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *