ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଓ ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୩/୦୧/୨୦୨୪ (ଓଡ଼ିଶା ସମାଚାର)-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜୟନ୍ତୀ ଓ ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୬୦ତମ ଶ୍ରାଦ୍ଧୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ରସୁଲଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତି, ବୀର ସୁରେନ୍ଦ୍ରସାଏ ନଗରସ୍ଥିତ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ଓ ଭୁବନେଶ୍ୱର ଏ.ଜି. ଛକସ୍ଥିତ ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ପ୍ରତିମୂର୍ତି ସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଜୟ କୁମାର ତି୍ରପାଠୀ, ଗିରିଜା ଶଙ୍କର ମହାପାତ୍ର, ପ୍ରବୀର ମହାନ୍ତି, ବନଜା ବେହେରା, ସୁଜାତା ଜେନା, ଶୋଭନ କର, ଅମୂଲ୍ୟ କୁମାର ସ୍ୱାଇଁ, ଅବନୀ ଚନ୍ଦ୍ର ଦାସ, ଅଧ୍ୟାପକ ଡଃ ରଙ୍ଗାଧର ସାହୁ, ନିଲୁ ଖୁଂଟିଆ, ରମେଶ ଚନ୍ଦ୍ର ପାତାଳସିଂହ, ହରପି୍ରୟା ପଟ୍ଟଯୋଶୀ, ଲିପକ ମହାନ୍ତିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଉପରୋକ୍ତ ତିନି ବରପୁତ୍ରଙ୍କ ସମର୍ପିତ ସେବା ଓ ସଂକଳ୍ପ ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *