କଟକ ସଦର, ୨୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ଦୁଇଦିନ ତଳେ ନିଖୋଜ ଥିବା ବାରଙ୍ଗ ଥାନା ତଥା ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତର ପୂର୍ବତନ ସରପଂଚ ସୁମିତ୍ରା ପ୍ରଧାନ ଙ୍କ ପୁଅ ରାହୁଲ ପ୍ରଧାନ (୨୨) ଙ୍କର ଶବ କିଶନନଗର ଥାନା ଗୁଆଳି ଵିଲୋକର୍ଣ୍ଣ ମଠ ନିକଟ ମହାନଦୀ ରୁ ଉଦ୍ଧାର ହୋଇଥିବା ଜଣାପଡିଛି।
ଏହା ଆତ୍ମହତ୍ୟା ନାଁ ହତ୍ୟା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହାକୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ରାହୁଲ ଙ୍କ ପକେଟରୁ ମନିପର୍ସ, ମଟରସାଇକେଲ ଚାବି ଓ ମୋବାଇଲ ଉଦ୍ଧାର ହୋଇଥିବା ବେଳେ ତାଙ୍କ ର ବୁଲେଟ ମଟରସାଇକେଲ କୁ ଜଗତପୁର ମହାନଦୀ କୂଳରୁ ପୋଲିସ ଉଦ୍ଧାର କରିଛି। ତେବେ କିଶନନଗର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶଵକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ପାଇଁ ବାରଙ୍ଗ ପୋଲିସ କୁ ମାମଲା ହସ୍ତାନ୍ତର ହୋଇଥିବା ଜଣାପଡିଛି।
