କଟକ ସଦର,୩୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତର କୋସିଦା ଠାରେ ଅବସ୍ଥିତ ସାଇ ମନ୍ଦିର ପରିସରରେ ଏକ ଯଜ୍ଞ ମଣ୍ଡପ ୨୦୨୩-୨୪ ନିର୍ମାଣ ଶେଷ ହୋଇଛି। ହେଲେ ରାଜନୀତି ସମୀକରଣ ବଦଳି ଯିବା ପରେ ଯଜ୍ଞ ମଣ୍ଡପର ବିଲ୍ ପଡିରହିଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆନ୍ତରିକ ଉଦ୍ୟମ ଫଳରେ କଟକ ସଦର ବ୍ଲକ ପ୍ରଶାସନ ପକ୍ଷରୁ ବିଲ୍ ପୈଠ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ବକେୟା ପ୍ରାପ୍ୟ ମନ୍ଦିର ନିର୍ମାଣ କମିଟି କୁ ପ୍ରଦାନ କରାଯିବ ବୋଲି ଵିଡିଓ ପ୍ରତୀକ ସାହୁ କହିଛନ୍ତି।
ଏହା ଜଣାପଡିବା ପରେ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ସୁବୋଧ କୁମାର ରାୟ, ବିଭୁତି ଭୁଷଣ ପରିଡ଼ା, ଶିଶିର କୁମାର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ବେହେରା, ପ୍ରଦୀପ୍ତ କୁମାର ମିଶ୍ର, ହିମାଂଶୁ ଶେଖର ମହାପାତ୍ର, ଜୟରାମ ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ବିଧାୟକ ଓ ବ୍ଲକ ପ୍ରଶାସନ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।
