ନେତାଜୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା,୨୩/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କଲେଜ ଛକ ଠାରେ ୧୨୭ ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଅଛି। ନିରାକାରପୁର କଲେଜର ମହିଳା ବିଭାଗ ଏନସିସି କ୍ୟାଡେଟମାନଙ୍କ ଦ୍ବାରା ଅତିଥିମାନଙ୍କୁ ନେତାଜୀ ଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପାଛୋଟି ନିଆଯାଇଥିଲା। ଅତିଥିଭାବେ ବିପିନ ଜୟସିଂହ, ନିରାକାରପୁର ସରପଂଚ କାଦମ୍ବିନୀ ବେହେରା ଯୋଗଦେଇ ଦେଶ ଗଠନରେ ନେତାଜୀ ଙ୍କ ବଳିଦାନ ସଂପର୍କ ରେ ବକ୍ତବ୍ୟ ଦେଇଥିଲେ। ନିରାକାରପୁର କଲେଜର ଇଂରାଜୀ ଅଧ୍ୟାପକ ଡ ମ୍ରୁତ୍ୟୁଞ୍ଜୟ ରଥ ଙ୍କ ପରିଚାଳନାରେ କାର୍ଯ୍ୟକ୍ରମ କରାଯାଇଥିଲା।

Leave a Reply

Your email address will not be published. Required fields are marked *