କଟକ ସଦର, ୧୭/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୁରୀ ଶ୍ରୀମନ୍ଦିର ଚତୁରପାର୍ଶ୍ଵରେ ବ୍ୟୟ ବହୁଳରେ ନିର୍ମାଣ କରାଯାଇଥିବା ଐତିହ୍ୟ କରିଡ଼ର ପରିକ୍ରମା ପ୍ରକଳ୍ପ ଆଜି ବୁଧବାର ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦେଖିଲେ କଟକ ସଦରଵାସୀ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଲୋକାର୍ପିତ କରିଥିବାରୁ ଏହାର ସିଧା ପ୍ରସାରଣ ଲୋକଙ୍କୁ ଦେଖାଇବା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଚେତନା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତରେ ଏଥିପାଇଁ ପୂର୍ବତନ ସରପଂଚ ରୂପକ କୁମାର ସ୍ୱାଇଁ ଓ ସରପଞ୍ଚ ପିତାମ୍ବର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଲଇଡି ଟିଭି ମାଧ୍ୟମରେ ପଞ୍ଚାୟତର ଲୋକଙ୍କୁ ସିଧା ପ୍ରସାରଣ ଦେଖାଇଵାର ବନ୍ଦୋବସ୍ତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା କୁନି ଭୋଇ, ଇନ୍ଦୁଭୂଷଣ ବେହେରା, ରାଜେନ୍ଦ୍ର ଦାସ,ସକିଲ ମହମ୍ମଦ, ଦୂର୍ଗା ପ୍ରସାଦ ନାୟକ,ବବିତା ଵାନୋ,ଏମ ଡି ରହିତୁମା,ସମସେର ଖାଁ, ନାଗେଶ୍ଵର ମହାନ୍ତି ପ୍ରମୁଖ ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।
ପୁରୀ ଐତିହ୍ୟ କରିଡ଼ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ଦେଖିଲେ କଟକ ସଦରଵାସୀ
