ଯଶପଡା ହାଟ ସକାଳୁଆ ହେବାକୁ ନେଇ ତୀବ୍ର ଅସନ୍ତୋଷ, ସରପଂଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ!

କଟକ ସଦର,୩୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପୁରାତନ ଯଶପଡା ହାଟକୁ ଅପରାହ୍ନ ପରିବର୍ତ୍ତେ ସକାଳୁଆ କରାଯିଵାକୁ ନେଇ କ୍ରେତା ଓ ବିକ୍ରେତା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଚାଷୀ ଓ ଖାଉଟି ମାନଙ୍କ ସୁବିଧା ପାଇଁ ୧୯୭୪ ମସିହା ଏପ୍ରିଲ ୩ ତାରିଖ ବୁଧବାର ଦିନ ଯଶପଡା ହାଟ ଖୋଲା ଯାଇଥିଲା।

ଏହି ହାଟ ୫୨ ବର୍ଷ ହେଲା ସପ୍ତାହର ଦୁଇଦିନ ବୁଧବାର ଓ ରବିବାର ଅପରାହ୍ନରେ ହୋଇଆସୁଛି। ହେଲେ ଯଶପଡା ସରପଂଚ ମନମୁଖୀ ଭାବେ ଆଜି ବୁଧବାର ଦିନ ସକାଳୁଆ ହାଟ କରାଇବା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏହାକୁ ତୀବ୍ର ବିରୋଧ କରି ପୂର୍ବତନ ସରପଂଚ ସୁବାସ ଚନ୍ଦ୍ର ମହାନ୍ତି ଙ୍କ ସମେତ ଅନିଲ ନାଥ, ରବିନ୍ଦ୍ର ସାମଲ, ଲକ୍ଷ୍ମଣ ନାଥ, ଦେବେନ୍ଦ୍ର ବେହେରା, ନିରଞ୍ଜନ ନାଥ, ଦୁର୍ଯୋଧନ ବେହେରା, ଵିଜୟ ପ୍ରଧାନ, କୈଳାସ ବେହେରା, ବଙ୍ଗାଳି ରାଉତ, କାହ୍ନୁ ଚରଣ ସ୍ୱାଇଁ, ଦେବେନ୍ଦ୍ର ସାହୁ ପ୍ରମୁଖ ବହୁ ପରିବା ଚାଷୀ ଆସନ୍ତା ରବିବାର ଦିନ ପୂର୍ଵପରି ଅପରାହ୍ନରେ ହାଟ ହେବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *