ଆନ୍ଦୋଳନ କୁ ଓହ୍ଲାଇବ ଆଂଚଳିକ ବିଦ୍ୟୁତ କ୍ରିୟାନୁଷ୍ଠାନ କମିଟି

ଖୋର୍ଦ୍ଧା, ୨୩/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) -ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ରାମମନ୍ଦିର ଠାରେ ଆଞ୍ଚଳିକ ବିଦୁ୍ତ କ୍ରିୟାନୁଷ୍ଠାନ କମିଟି ର ଆଵାହକ ତଥା ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂ ଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିପିନ କୁମାର ଜୟସିଂହ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ୧୨ ଟି ପଞ୍ଚାୟତ ର ଜନ ପ୍ରତିନିଧି ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଓ୍ବାର୍ଡ ମେମ୍ବର ଓ ସ୍ଥାନୀୟ ଅଞ୍ଚଳର ଉପଭୋକ୍ତା ଙ୍କ ଉପସ୍ଥିତି ରେ ଟାଟା ପାଓ୍ଵାର ବିଦ୍ୟୁତ୍ ବିଭାଗ ର ମନମୁଖୀ କାର୍ୟ୍ୟ ପାଇଁ ବୈଠକ ରେ ଆଲୋଚନା ହୋଇଯାଇଛି। ପୁର୍ବରୁ ବିଭିନ୍ନ ସମସ୍ୟା କୁ ନେଇ ବିଦୁ୍ତ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦାବିପତ୍ର ଦିଆଯିବା ସହ ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ଦାବିପତ୍ର ଦେବା ସତ୍ତ୍ବେ ଏହା ବିଦୁ୍ତ ବିଭାଗ ଉପରେ କୈାଣସି ପ୍ରଭାଵ ପଡୁନଥିବା ଆଲୋଚନା ହୋଇଯାଇଛି । ତେଣୁ ଆଜି ଆଂଚଳିକ ବିଦୁ୍ତ କ୍ରିୟାନୁଷ୍ଠାନ କମିଟି ର ସମସ୍ତ କର୍ମକର୍ତ୍ତା ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି ଆସନ୍ତା ୩୧ ତାରିଖ ନିରାକାରପୁର ଗଣେଶ ପଡ଼ିଆ ରେ ଏକତ୍ରିତ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାପାଇଁ ଏଥିପାଇଁ କମିଟି ପକ୍ଷରୁ ଦିନ ଧାର୍ୟ୍ୟ କରାଯାଇଛି। ଆସନ୍ତା ବୈଠକ ରେ ପ୍ରାୟ ପ୍ରତ୍ୟେକ ପଞ୍ଚାୟତ ରୁ ୨୦୦ ରୁ ଉର୍ଦ୍ଧ୍ୱ ଉପଭୋକ୍ତା ଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେଲେ ଆମ ଜନପ୍ରତିନିଧି ହେଵା ଧିକ୍ ବୋଲି ଆଵଆହ ବିଜୟ କୁମାର ପାଲଟାସିଂହ ତାଙ୍କ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟ ରେ ଟାଙ୍ଗୀ ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା,ନିରାକାରପୁର ପୂର୍ବତନ ସରପଂଚ ହ୍ରୁଷିକେଷ ରାଉତରାୟ,ବିଦୁ ଭୂଷଣ ମହାରଣା ଙ୍କ ସମେତ ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *