୬ ଡକାୟତ ଗିରଫ ,ମାରଣାସ୍ତ୍ର ଜବତ

କେନ୍ଦ୍ରାପଡ଼ା, ୨୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ପୋଲିସ୍ ଏକ ଡକାୟତ ଦଳକୁ ଧରିବା ସହ ସେହି ଦଳର ୬ ସଦସ୍ୟକୁ ଗିରଫ କରିଛି । ଗିରଫ ଡକାୟତ ମାନେ ହେଉଛନ୍ତି ସାନମଙ୍ଗଳାର ବିଶ୍ୱଜିତ ପତ୍ରି, ବଳଗଣ୍ଡିର ଅସରଦ ଅହମଦ, ଉଦୟନଗରର ଓମ୍ ମିଶ୍ର, ହଜାରିବଗିଚାର ପୀତବାସ ମହାରଣା, ହୃଷିକେଶ ମହାରଣା ଓ ରୁଦ୍ର ରଞ୍ଜନ ପାତ୍ର । ଏହି ଡକାୟତ ଦଳ ଠାରୁ ସଦର ଥାନା ପୋଲିସ ଦୁଇଟି ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ଛୁରି ଓ ଅନ୍ୟ କେତେକ ମାରଣାସ୍ତ୍ର ସମେତ ୬ଟି ମୋବାଇଲ ଓ ନଗଦ ୫ ହଜାର ଟଙ୍କା ଜବତ କରିଛନ୍ତି ।

ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କ କହିବାନୁଯାୟୀ ଏହି ଡକାୟତମାନେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ । ଯେଉଁ ଘରେ ବୁଢ଼ା ବୁଢ଼ୀ ରହୁଥିଲେ ସେହି ଘରେ ଏମାନେ ପଶୁଥିଲେ । କେହି ସେମାନଙ୍କୁ ବାଧା ଦେଲେ ବନ୍ଧୁକ ଓ ଖଣ୍ଡା ଦେଖାଇ ସେମାନଙ୍କୁ ଭୟଭୀତ କରୁଥିଲେ ।

ଏହାପରେ ଘରେ ଥିବା ଟଙ୍କା, ସୁନା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଥିଲେ । ଏହି ଡକାୟତମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ସେମାନଙ୍କୁ ଗିରଫ କରିବା ପାଇଁ ଏସପିଙ୍କ ନିର୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଡକାୟତ ଦଳକୁ ଗିରଫ କରିଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *