ବିଜୁ ଜନତାଦଳ ପକ୍ଷରୁ ରାସ୍ତା ପାଇଁ ରାସ୍ତା ରୋକ

କଟକ ସଦର,୩୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଫୁଲନଖରା-ନିଆଳୀ ରାସ୍ତା ର ଦୂରାବସ୍ଥା କୁ ନେଇ ଦୀର୍ଘ ଦିନ ହେଲା ଅସନ୍ତୋଷ ଲାଗି ରହିଥିବାବେଳେ ଏଥି ପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ପୂର୍ଵ ନିର୍ଦ୍ଧାରିତ ନିଷ୍ପତ୍ତି  ଅନୁଯାୟୀ ଆଜି ନିଆଳି ବିଜୁ ଜନତାଦଳ ପକ୍ଷରୁ ପୂର୍ଵତନ ବିଧାୟକ ପ୍ରଫେସର ଡ଼ା ପ୍ରମୋଦ ମଲ୍ଲିକଙ୍କ ନେତୃତ୍ଵରେ କଟକ ଜିଲ୍ଲା ୩୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ବ୍ରାହ୍ମଣ ଝରିଲୋ ଠାରେ  ରାସ୍ତା ପାଇଁ ରାସ୍ତା ରୋକ କରାଯାଇଥିବା ଜଣାପଡିଛି।

ଏଥିରେ ରାଜ୍ୟସଭା ସାଂସଦ ସୁଲତା ଦେଓ,ବରିଷ୍ଠ ରାଜ୍ୟ ବିଜେଡି ନେତା ଆରତ ରଞ୍ଜନ ବିଶ୍ୱାଳ ଙ୍କ ସମେତ ବହୁ ସଂଖ୍ୟକ ପୁରୁଷ ଓ ମହିଳା ବିଜେଡ଼ି କର୍ମୀ,ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇ ବିଜେପି ସରକାର ଉପରେ ଵର୍ଷିଥିଲେ। ଘଟଣା ସ୍ଥଳରେ ବିଭାଗୀୟ ପଦସ୍ଥ ଯନ୍ତ୍ରୀ ପହଞ୍ଚି ଏକମାସ ମଧ୍ୟରେ ରାସ୍ତାର ଦୂରାବସ୍ଥା ସୁଧୁରିବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତା ରୋକ ହଟିଥିଲା।

Leave a Reply

Your email address will not be published. Required fields are marked *