ରାମକୁମାରପୁର ଠାରେ କଂଗ୍ରେସ ସେଵାଦଳ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ମହାତ୍ମାଗାନ୍ଧୀ କୁଇଜ୍ ପ୍ରତିଯୋଗିତା

କଟକ ସଦର,୩୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ଅବସରରେ ଓଡି଼ିଶା ପ୍ରଦେଶ କଂଗ୍ରେସ ସେଵାଦଳ ପକ୍ଷରୁ ଆଜି ବୁଧବାର ଦିନ ରାମକୁମାରପୁର ଠାରେ ମହାତ୍ମାଗାନ୍ଧୀ ଙ୍କ ନୀତି ଆଦର୍ଶକୁ ନେଇ ଏକ ବିଦ୍ୟାଳୟ ସ୍ତରୀୟ ପ୍ରଶ୍ନ ଉତ୍ତର କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପିସିସି ସେଵାଦଳ ମୁଖ୍ୟ ସୁଭେନ୍ଦୁ ମହାନ୍ତି, କଟକ ଜିଲ୍ଲା ସେଵାଦଳ ମୁଖ୍ୟ ପ୍ରତାପ ମଲ୍ଲିକ, କଟକ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ରାମଚନ୍ଦ୍ର ଗୋଛାୟତ, କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ମହାତ୍ମାଗାନ୍ଧୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *