କଟକ ସଦର ବିଜେପି ପକ୍ଷରୁ କନ୍ଦରପୁର ଠାରେ ବନ୍ଦେ ମାତରମ୍ ଉତ୍ସବ ପାଳନ

କଟକ ସଦର, ୩୦/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଲକ୍ଷ୍ୟରେ ସାରା ଦେଶରେ ଵନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ଅବସରରେ ଆଜି ରବିବାର ପୂର୍ବାହ୍ନରେ କଟକ ସଦର ବିଜେପି ପକ୍ଷରୁ କନ୍ଦରପୁର ଠାରେ ବନ୍ଦେ ମାତରମ୍ ଉତ୍ସବ ପାଳନ କରାଯାଇଛି।

ଦେଶପ୍ରେମ ଶୋଭାଯାତ୍ରା ବଜାର ପରିକ୍ରମା କରିବା ପରେ କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସଭାପତିତ୍ବ ଓ ସୁରେଶ ଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଦେଶର ଏକତା ଓ ଉନ୍ନତି ପାଇଁ ଦେଶପ୍ରେମ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ସାଧୁ ଚରଣ ଜେନା, ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ସନାତନୀ ସେନା ରାଜ୍ୟ ସଭାପତି ସମୀର ପଣ୍ଡା, ବିଜୟ କୁମାର ରାଉତରାୟ, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ,ନେମାଳ ମଣ୍ଡଳ ସଭାପତି ମୀନକେତନ ମହାନ୍ତି,ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ, ବିଜେପି ନେତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ, କନ୍ଦରପୁର ସରପଂଚ ସୁଭାଷିନୀ ରାଉତ, ପୂର୍ବତନ ସରପଂଚ ଯୋଗେନ୍ଦ୍ର ନାଥ ଭୋଇ, ବିରଞ୍ଚିନାରାୟଣ ପଣ୍ଡା ପ୍ରମୁଖ ବହୁ କର୍ମୀ ଓ‌ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *