ଦୁର୍ଘଟଣା : ରାସ୍ତା କଡରେ ଚଣା ମଟର ବିକୁଥିବା ବୃଦ୍ଧ ଙ୍କ ଉପରେ ମାଡିଗଲା କାର

କଟକ, ୩୦/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା)- କଟକ ଖାନନଗର କାଠଯୋଡ଼ି ନଦୀ ବନ୍ଧ ରାସ୍ତାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ରାତିରେ ଦୃତ ଗତିରେ ଏକ କାର ଆସି ରାସ୍ତା କଡ଼ରେ ବସି ବ୍ୟବସାୟ କରୁଥିବା ଜଣେ ବୃଦ୍ଧଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ବୃଦ୍ଧଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା ।

କାର ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସମେତ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବୃଦ୍ଧ ଙ୍କ ମୃତ ଶରୀର ଘଟଣା ସ୍ଥଳରୁ ନେବା ପାଇଁ ଦେଇ ନଥିଲେ। ମୃତକ ହେଉଛନ୍ତି ବାଙ୍କୀ କଳା ପଥର ଅଞ୍ଚଳ ର ଯୋଗିନାଥ ସାହୁ। ବୟସ ୭୦ ବର୍ଷ।

ସେ ଖାନ ନଗର ରେ ଭଡା ରେ ରହୁଥିଲେ। ସେ ରାସ୍ତା କଡରେ ଦିନରେ ପରିବା ବିକ୍ରିକରନ୍ତି ଓ ରାତିରେ ପାମ୍ପଡ,ବୁଟ,ମଟର ଆଦି ବିକ୍ରି କରନ୍ତି। ରାତି ୧୨ ଟା ପରେ ଘଟଣା ସ୍ଥଳରେ ଯୋଗିନାଥ ଙ୍କ ପରିବାର ଲୋକ ପହଂଚିବା ପରେ , ବରିଷ୍ଠ ପୋଲିସ ଅଧିକାରୀ ମାନେ ସ୍ଥାନୀୟ ଲୋକ ଓ ପରିବାର ଲୋକ ଙ୍କୁ ବୁଝାସୁଝା କରି ମୃତ ଦେହକୁ କଟକ ଏସସିବି କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା କାର କୁ ପୋଲିସ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଥିବା କାର ଚାଳକ ଙ୍କୁ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *