ଜିଲା ପ୍ରଶାସନ ପକ୍ଷରୁ  ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ –

ଯାଜପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ କେ.ଏନ୍.ଡି.ଏ. ସମ୍ମିଳନୀ ଗୃହ, କଳିଙ୍ଗ ନଗର ଠାରେ  ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲାର ସମସ୍ତ ଅଧିକାରୀମାନେ ସହୃଦୟତାର ସହ ଅଭିଯୋଗ ଗୁଡିକର ସମାଧାନ ଦିଗରେ ଜନ ଶୁଣାଣି ଶିବିର ଏକ ପ୍ରକୃଷ୍ଟ ମାଧ୍ୟମ ଓ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଉତମ ସଂପର୍କର ସେତୁ ବୋଲି ଜିଲାପାଳ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଅଭିଯୋଗ ଶୁଣାଣିରେ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।  ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ,  ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଶ୍ରୀ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଶ୍ରୀ ଗୋପୀନାଥ କୁଅଁର, ସହକାରୀ ଜିଲାପାଳ, ସାଧାରଣ ଓ ବିବିଧ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ,  ବି.ଡି.ଓ., କୋରାଇ ଶ୍ରୀ ଅଶୋକ କୁମାର ମାଝି, ତହସିଲିଦାର, ବ୍ୟାସନଗର ଶ୍ରୀ ଦେବାଶିଷ ରାଊତ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯାଜପୁର ଇଂ.କ୍ଷେତ୍ରମୋହନ ସାହୁ, ଅଧିକ୍ଷଣଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ଇଂ ସଂଜୟ କୁମାର ବେହେରା,  ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ, ଜାରକା ଖଣ୍ଡ ଇଂ କାମଦେବ ଦାସ, ସହକାରୀ ଯନ୍ତ୍ରୀ, ଉଠା ଜଳସେଚନ, ଯାଜପୁର ରୋଡ, ଶ୍ରୀ ନଳିନୀ କୁମାର ସାହୁ,  ଉପଖଣ୍ଡ ଅଧିକାରୀ, ନର୍ଦ୍ଧମା ଉପଖଣ୍ଡ, କଟକ-୧ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ,  ଜିଲା ଶିକ୍ଷା ଅଧକାରୀ ଶ୍ରୀମତୀ ନିବେଦିତା ପାଣି,  ମୁଖ୍ୟ ଜିଲା କୃଷି ଅଧିକାରୀ, ଯାଜପୁର ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ବ୍ୟାସନଗର, ଶ୍ରୀ ତରୁଣ କୁମାର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶଷ ମହାରଣା,  ସହକାରୀ ନିବନ୍ଧକ, ସମବାୟ ସମିତି, ଯାଜପୁର ଶ୍ରୀ ଶରତ ଚନ୍ଦ୍ର ମଲିକ, ବନ ଅଧିକାରୀ, ଯାଜପୁର ରୋଡ, ସୁକିନ୍ଦା ନିଳିମା ପ୍ରିୟଦର୍ଶିନୀ ନାୟକ, ଜିଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲା  ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା,  ଜିଲାସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କର,  ଜିଲା ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଜିଲା ବେସାମରିକ ଯୋଗାଣ ଅଧିକାରୀ ସେକ୍ ସଲାଉଦ୍ଧିନ ଖାଁ ଙ୍କ ସମେତ ଅନ୍ୟାନ୍ୟ ଜିଲା ସ୍ତରୀୟ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।

ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୬୪ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୨୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୨ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୯ ଗୋଟି ଅଭିଯୋଗ ଥିବାବେଳେ ଜିଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୧୮ ଗୋଟି ଅଭିଯୋଗ ଥିଲା ।  ଶିବିର ପ୍ରକୋଷ୍ଠରେ ଜିଲାପାଳ ଶ୍ରୀ ରାଠୋର ୩୯ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିଲେ ।  ପଂଜିକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୦୪ ଗୋଟି ଅଭିଯୋଗର ଅଭିଯୋଗକାରୀମାନେ ଅଭିଯୋଗ ସ୍ଥଳରେ ଅନୁପସ୍ଥିତ ଥିଲେ ।  ପ୍ରକାଶ ଥାଉ କି, ନଭେମ୍ୱର ମାସ  ୨୮ ତାରିଖ ମଙ୍ଗଳବାର ଦଶରଥପୁର ବ୍ଳ୍କ କାର୍ଯ୍ୟାଳୟ  ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ  ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଜିଲାର ବରିଷ୍ଠ ପଦାଧିକାରୀ ବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଏବଂ ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲାପାଳଙ୍କୁ ସହଯୋଗ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *