କଟକ ସଦର, ୩୦/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଅଳ୍ପଦିନ ତଳେ ଖୋଲିଥିବା ଉପନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଣ୍ଟ୍ରି ଅପରେଟରଙ୍କ ମନମାନି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ଅଭିଯୋଗ ହେଉଛି। ରେଜିଷ୍ଟ୍ରେସନ ପାଇଁ ଆସୁଥିବା ଲୋକଙ୍କ ଠାରୁ ବିଭିନ୍ନ ଆଳରେ ହଜାର ହଜାର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଥିବା ବେଳେ ତତ୍କାଳ ପଟ୍ଟା କରାଇଦେବାକୁ ମୋଟା ଅଙ୍କର ଟଙ୍କା ହାତଉଥିବା ଅଭିଯୋଗ ହେଉଛି ।
ପୋଷ୍ଟାଲ ରେ ପଟ୍ଟା ପଠାଯିଵାର ନିୟମ ଥିଲେ ସୁଦ୍ଧା ଉକ୍ତ କର୍ମଚାରୀ କେଉଁ ସ୍ୱ।ର୍ଥରେ ହାତେ ହାତେ ପଟ୍ଟା ଦେଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଉକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଶ୍ଚିନ୍ତକୋଇଲି ତହସିଲ କୁ ବଦଳି ହୋଇଥିବା ଏଵଂ ସାମୟିକ ଭାବେ ଏଠାରେ ରହି କାର୍ଯ୍ୟ କରୁଥିବା ଜଣାପଡିଛି। ତେବେ ତାଙ୍କର ଡେପୁଟେସନ ରେ ଏଠାରେ ରହିବାର କାର୍ଯ୍ୟକାଳ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
