ଯାଜପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର/ ସୁରେଶ କୁମାର କର)-ଚଳିତ ବର୍ଷ ପାଇଁ ବରୀରେ ପ୍ରଥମ ଲୋକ କଳା ,ପୁସ୍ତକ ମେଳା ସ୍ଥାନୀୟ ବିଧାନ ଚନ୍ଦ୍ର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଅଛି । ଏହି ମେଳାରେ ପ୍ରଜାପିତା ବ୍ରହ୍ମା କୁମାରୀଜ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ,ଦେବୀ ଗଡ଼ା ଯାଜପୁର ଶାଖା ପକ୍ଷରୁ ଏକ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଛି ।
ଏହି ଷ୍ଟଲ୍ କୁ ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା ରାଜକିଶୋର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପୁସ୍ତକ ଓ ଆଧ୍ୟାତ୍ମିକ ଚେତନା ଆମ ସମାଜ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା କହିଛନ୍ତି । ପ୍ରତି ସଂଧ୍ୟାରେ ଏହି ଷ୍ଟଲରେ ଲୋକ ମାନଙ୍କୁ ଈଶ୍ୱରୀୟ ଆଧ୍ୟାତ୍ମିକ ଜନିତ ସମସ୍ତ ତଥ୍ୟ ଓ ସୂଚନା ଅନୁଷ୍ଠାନ ର ବିକେ ଭାଇ ଭଉଣୀ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଅଛି। ଉକ୍ତ କାର୍ଯକ୍ରମକୁ ଅନୁଷ୍ଠାନର ବିକେ ପ୍ରଫୁଲ୍ଲ ଭାଇ , ସାମ୍ବାଦିକ ସୁରେଶ କର ,ନୀଳାଦ୍ରି ଭୂଷଣ ସାହୁ ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି ।