କଟକ ସଦର,୦୮/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଥୋରିଆପଡା ମୌଜାର ସର୍ବସାଧାରଣ ଙ୍କ ସରକାରୀ ରାସ୍ତାକୁ ବେଆଇନ୍ ଜବରଦଖଲ କରାଯାଇ ନିର୍ମାଣ କାର୍ଯ୍ୟ ବିରୁଦ୍ଧରେ ଜନସାଧାରଣ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାର ଅନେକ ଥର ମାପ କରାଇଵା ସହିତ ନିଜେ ସରଜମିନ ତଦନ୍ତ କରି ବେଆଇନ ଜବରଦଖଲ ହଟାଇବାକୁ ‘କ’ ‘ଖ’ ଓ ଶେଷ ‘ଗ’ ନୋଟିସ ଦେଇ ମଧ୍ୟ ହାତଵାନ୍ଧି ଚୁପ୍ ହୋଇ ଵସି ରହିଥିଵାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଉଛେଦ ପାଇଁ ନିର୍ଦ୍ଧାରିତ ତାରିଖ ଗତ ମାସ ୧୯ ତାରିଖ ଥିବା ବେଳେ କେଉଁ ସ୍ୱ।ର୍ଥରେ ଅବା କାହା ଚାପରେ ସରକାରୀ ସର୍ବସାଧାରଣ ରାସ୍ତା ରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ପଛଘୁଞ୍ଚା ଦେଉଛନ୍ତି ,ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଉକ୍ତ ତାରିଖ ରେ ତହସିଲ ନିକଟରେ ଦୀର୍ଘ ବର୍ଷ ହେଲା ଜଣେ ଗରିବ ଲୋକ ଘରକରି ପରିବାର ସହିତ ରହୁଥିବା ବେଳେ ଵର୍ଷା ଦିନେ ତାଙ୍କ ଘରକୁ ଜେସିଵି ଲଗାଇ ଭାଙ୍ଗି ଦେଇଥିଲେ ହେଲେ ଏଠାରେ ହାତ ନମାରିଵାକୁ ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ସରକାରୀ ଜମି ସବୁ ଜବରଦଖଲକାରୀଙ୍କ କଵଜାକୁ ଚାଲିଯିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
