ଭୁବନ ୧୭/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ନମ୍ବର ୱାର୍ଡ ପୋଥାଳ ସାହି ବାସିନ୍ଦା ଯୁବ ବ୍ୟବସାୟୀ ପୁରୁଷୋତ୍ତମ ଗୁରୁ (୪୩) ଙ୍କ ର ଗୁରୁବାର ସକାଳ ସାଢ଼େ ୬ ଘଟିକା ସମୟରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ପୁରୁଷୋତ୍ତମ ଓରଫ ପୁରିଆ ଗୁଜୁରୀ ହାଟରେ ଏକ ହାର୍ଡ ଓୟାର ଦୋକାନ କରିଥିଲେ ଓ ଭୁବନ ଉଚ୍ଚ ବିଦ୍ୟାଳୟର ୧୯୯୮ ମାଟ୍ରିକ ବ୍ୟାଚ ଛାତ୍ର ଥିଲେ । 
ଭୁବନର ସର୍ବାଧିକ ଜନ ବହୁଳ ଜାତି/ସମ୍ପ୍ରଦାୟ କାପୁଡ଼ିଆ ସମାଜର ଜଣେ ଆଗ ଧାଡ଼ିର ଯୁବନେତା ଥିଲେ । ତାଙ୍କ ମର ଶରୀର ଭୁବନରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ୱର୍ଗତ ପୁରୁଷୋତ୍ତମ ଜଣେ ଶାନ୍ତ ସରଳ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସହପାଠୀ, କାପୁଡିଆ ସମାଜ ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
