ଭୁବନେଶ୍ୱର,୧୭/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗୁରୁବାର ସନ୍ଧ୍ୟାରେ ଦିଲ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲୀରେ ଆୟୋଜିତ ରୋଡ୍ ସୋ’ରେ ସେ ଯୋଗଦେବେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଏନେଇ ସୂଚନା ଦେଇଛନ୍ତି । ଦିଲୀ ଗସ୍ତ ସମୟରେ ୟୁରୋପ, ଜାପାନ ଓ ଦକ୍ଷିଣ କୋରିଆର ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏହି ଦେଶଗୁଡ଼ିକର ପ୍ରତିନିଧିମାନେ ଆଗ୍ରହ ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଆଲୋଚନାରେ ଓଡ଼ିଶାରେ ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ବିଶେଷକରି ଓଡ଼ିଶାକୁ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ ଭାବେ ବିକଶିତ କରିବା ପାଇଁ ସରକାର ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦିଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
