ନିଶ୍ଚିନ୍ତକୋଇଲି ରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ

 ନିଶ୍ଚିନ୍ତକୋଇଲି, ୧୭/୦୯/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଭିନ୍ନ ଯାନ୍ତ୍ରିକ ଅନୁଷ୍ଠାନରେ ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆସମାକ୍ସ ଆଇ.ଟି.ଆଇ ରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ   ମୂର୍ତ୍ତି ସ୍ଥାପନ କରାଯାଇ ମହା ଆଡମ୍ବରରେ ପୂଜାର୍ଚ୍ଚନା କରାଯାଇଥିଲା।

ଏଥିରେ ଆଇ.ଟି.ଆଇ ର ଅଧ୍ୟକ୍ଷ ଇଂ ପ୍ରଦୀପ କୁମାର ବାରିକ କର୍ତ୍ତା ରହିଥିବା ବେଳେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ମହାନ୍ତି, ପ୍ରଶିକ୍ଷକ ଚିନ୍ମୟ ନାୟକ, ଦେବୀପ୍ରସାଦ ସ୍ୱାଇଁ , ନିରଜା ପ୍ରସାଦ ମିଶ୍ର, ହେମନ୍ତ କୁମାର ଓଝା, ସୁବାସ ଚନ୍ଦ୍ର ମଲିକ, ଅଂଶୁମାନ ସାହୁ, ଚନ୍ଦ୍ରଶେଖର ନାୟକ, ସୁବାସ ଚନ୍ଦ୍ର ନାୟକ, ପ୍ରିତିଶ ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ସେହିପରି ନିଶ୍ଚିନ୍ତକୋଇଲି ଇଲେକ୍ଟ୍ରିକ ସେକ୍ସନ କାର୍ଯ୍ୟାଳୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରବି ନାରାୟଣ ଲେଙ୍କା କର୍ତ୍ତା ଥିବା ବେଳେ ସେକ୍ସନର ନିର୍ବାହୀ ଯନ୍ତ୍ରୀ  ବିଭୁତିଭୂଷଣ ପ୍ରଧାନ, ଉପ ନିର୍ବାହୀ ଯନ୍ତ୍ରୀ ନୀଳମଣି ମଲିକଙ୍କ ସହ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *